
ବଲାଙ୍ଗିର,ପଇସା ଅଭାବରୁ ପରିବାର ଚଳାଇବା ପାଇଁ ବାପ ଛେଉଣ୍ଡ ପିଲା ଚୁମନ ରାଓ ଯିଏକି ସକାଳୁ ଖବର କାଗଜ ବଣ୍ଟନ କରି କିଛି ଟଙ୍କା ଆୟ କରୁଥିଲା ତାକୁ ସାହାଯ୍ୟର ହାତ ବଢାଇବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ତାର ଘରେ ପହଞ୍ଚି ଆଲୋଚନା କରିଛନ୍ତି । ଏତେ ଛୋଟ ବୟସରୁ କରୋନା ସମୟରେ ନିଜ ବାପାଙ୍କୁ ହରାଇଥିବା ଛୋଟ ପିଲା ଚୁମନ ରାଓ ର ଏପରି ଦାୟିତ୍ୱଭରା କାମକୁ ବିଧାୟକ ଶ୍ରୀ ମିଶ୍ର ଢେର ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ତରଫରୁ କଣ ସବୁ ସାହାଯ୍ୟ କରାଯାଇଛି ପଚାରି ବୁଝିଥିଲେ । ଯକ୍ଷ୍ମା ପିଡିତା ଚୁମନର ମାଁ ପୁଅ ବର୍ତ୍ତମାନ ପେପର ବାଣ୍ଟିବା ସମୟରେ କୋଚିଂ ରେ ପାଠ ପଢୁଥିବାରୁ ପେପର ବଣ୍ଟନ କରି ଆୟ କରୁଥିବା ୧୦୦୦ ଟଙ୍କା ବର୍ତ୍ତମାନ ବନ୍ଦ ହୋଇଥିବା ଜଣାଇଥିଲେ । ତା ସହ ନିଜେ ରହୁଥିବା ଘର ମଧ୍ୟ ଭଙ୍ଗା ଦଦରା ଅବସ୍ଥାରେ ଥିବାର ବିଧାୟକଙ୍କୁ ଜଣାଇଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ସଙ୍ଗେ ସଙ୍ଗେ ଚୁମନ ଯେ ପର୍ଯ୍ୟନ୍ତ ପାଠ ପଢୁଥିବ ତାକୁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଚେକ୍ ସେ ନିଜେ ବ୍ୟକ୍ତିଗତ ଭାବରେ ପ୍ରଦାନ କରିବେ ଏବଂ ପ୍ରଥମ ଦଫାରେ ପ୍ରଥମ ବର୍ଷର ୧୨ ମାସର ଚେକ୍ ଆସନ୍ତା କାଲି ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତା ସହ ଘର ମରାମତି ତଥା ନିର୍ମାଣ ପାଇଁ ବହୁ ଶିଘ୍ର ଲୋକ ପଠାଇବେ ଏବଂ ଚୁମନର ଘର ମରାମତି ତଥା ନିର୍ମାଣ ବହୁଶିଘ୍ର ହୋଇଯିବ ବୋଲି କହିଥିଲେ । ଚୁମନ ରାଓ କୁ ପାଠ ପଢି ଭଲ ମଣିଷ ହେବା ଉପଦେଶ ଦେବା ସହ ସେ ଯେଉଁ ପର୍ଯ୍ୟନ୍ତ ପାଠ ପଢୁଥିବ ସ୍କୁଲ ଶିକ୍ଷା ହେଉ, ଉଚ୍ଚ ଶିକ୍ଷା ହେଉ କି ବୈଷୟିକ ଶିକ୍ଷା ହେଉ ସେଥିରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି ସେ ପ୍ରତିଶୃତି ଦେବା ସହ ସେ ସବୁ ଅର୍ଥ ନିଜେ ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ ବୋଲି ଚୁମନର ମାଁ କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହା ସହ ୱାର୍ଡ ନଂ.୩ ର କିଛି ଗରିବ ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ତାଙ୍କର ଅସୁବିଧା ସଂପର୍କରେ କହିଥିଲେ । ଯାହାକି ଉପସ୍ଥିତ ଥିôବ ନିଜ ଦଳର ନଗର ସଭାପତିଙ୍କୁ ଏ ସବୁ ସମସ୍ୟାର ସବିଶେଷ ବିବରଣୀ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ସେ ଅଂଚଳର ବଜରଂଗ ବନଛୋର, ଆରତିପ୍ରୀତି ନାଗ, ବିଦୁ ନାଗ, ନଗର ସଭାପତି ବୁଲୁ ଦାନି, ଅରବିନ୍ଦ ପରୁଆ, ହିମାଂଶୁ ନାୟକ, ଜୟନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।