କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଓଡ଼ିଶା ହେଉଛି ଶକ୍ତି ପୂଜାର ପ୍ରାଚୀନ ପୀଠ। ପୁରୀଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ତନ୍ମଧ୍ୟରୁ ଅନ୍ୟତମ। ଏବେ ମା’ମଙ୍ଗଳାଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶନିବାର ଦିନ ମା ମଙ୍ଗଳାଙ୍କ ପୀଠ ପରିଦର୍ଶନରେ ଆସି ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା,ପ୍ରଦୀପ୍ତ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ,କମଳ ଲୋଚନ ଦୀକ୍ଷିତ,ଅଞ୍ଜନ କୁମାର ଦୀକ୍ଷିତ, ମାନସ କୁମାର ଦୀକ୍ଷିତ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୈଳାଶ ଚନ୍ଦ୍ର ଦାସ ଙ୍କ ସହିତ ଆଲୋଚନା କରିଛନ୍ତି l
ମା’ ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ନବୀକରଣ ଅନ୍ତର୍ଗତ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡ଼ିକର ବିକାଶ କରାଯିବା ସହିତ ମନ୍ଦିରର ରୋଷଘର, ଆନନ୍ଦ ବଜାର,ସ୍ନାନ ମଣ୍ଡପ, ରୋଶଶାଳା, ଭୋଗଶାଳା,ଭକ୍ତ ବିଶ୍ରାମ ଗୃହ ଓ ପାର୍କିଂ ଜାଗାର ପୁନର୍ବିନ୍ୟାସ କରାଯିବ।
ଯାତ୍ରୀ ତଥା ସେବାୟତମାନଙ୍କ ପୂଜାଶିଖିବା ପାଇଁ ଏକ ଗୃହ ନିର୍ମାଣ, ଭୋଗ, ଦୀପ, ମଣ୍ଡପ, ଜୋତା ଷ୍ଟାଣ୍ଡ,ନବୀକରଣ କରାଯିବା ସହିତ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ କାକଟପୁର ବିଡିଓ ତୁଷାର ଜ୍ୟୋତିରଞ୍ଜନ,ଏବଂ ଓଡିଶା ବ୍ରିଜ ଆଣ୍ଡ କାନଷ୍ଟ୍ରକ୍ସନ କାର୍ପୋରେସନ ଲିମିଟେଡ଼, ପୁରୀ ଡିଭିଜନ-୨ର ଏସବିଏମ ସୁନ୍ଦର ମାଧବ ପାଢ଼ୀ, ପିଡବ୍ଲୁଡ଼ି (ଆର ଆଣ୍ଡ ବି)ର ଉପ-ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l