-
ଖୋଖୋ ଟିମର ମହାରାଷ୍ଟ୍ର ଗ୍ରସ୍ତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଜାତୀୟ ସ୍ତରରେ ଖୋ ଖୋ ଖେଳରେ ସୁନାମ ଅର୍ଜନ କରିଥିବା ଓଡିଶା ଟିମ ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ଶୁକ୍ରବାର ଜାତୀୟ ସ୍ତରରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଦଳ ଗସ୍ତ କରିଛି ମହାରାଷ୍ଟ୍ର । ଏହି ସିନିୟର ଖୋ ଖୋ ଦଳ ମହାରାଷ୍ଟ୍ରର ଉସନମାବାଦ ଠାରେ ଚାଲିବାକୁ ଥିବା ୫୫ ତମ ସିନିୟର ଖୋ ଖୋ ପ୍ରତିଯୋଗିତାରେ ଭାଗନେବେ । ନିକଟରେ ପୁରୀରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ
ମନୋନୀତ ଖେଳାଳୀମାନେ ଏଥିରେ ସାମିଲ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ମନୋନୀତ ଖେଳାଳୀ ୨୦୨୩ ମସୀହାରେ ଗୋଆରେ ହେଉଥିବା ଜାତୀୟ କ୍ରୀଡ଼ାରେ ଭାଗ ନେବେ । ଓଡିଶା ସିନିୟର ପୁରୁଷ ଖୋ ଖୋ ଦଳର ମ୍ୟାନେଜର ଭାବେ ଦେବୀ ପ୍ରସାଦ ଦାସ ରହିଥିବା ବେଳେ ମହିଳା ଦଳର ରହିଛନ୍ତି ସାବିଲା ଖାତୁନ ।ସେହିପରି ପୁରୁଷ ଦଳର କୋଚ ଭାବେ ରାଜେଶ ରୋଷନ ପ୍ରଧାନ ଓ ମହିଳା ଦଳର କୋଚ ଭାବେ ସଞ୍ଜୀବ ଶର୍ମା ରହିଛନ୍ତି । ଫିଜିଓ ଦାୟିତ୍ବରେ ରହିଛନ୍ତି ଡ଼.ଶୋଭେନ କୁମାର । ଦଳ ବୁଧବାର କୋଣାର୍କ ଏକ୍ସପ୍ରେସ ଯୋଗେ ପୁରୀରୁ ଯାତ୍ରା ଆରମ୍ଭ କରିଛନ୍ତି |ଯାତ୍ରା କରିଥିବା ଖେଳାଳୀ ମାନଙ୍କୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଖୋ ଖୋ ଓଡିଶା ସଂଘର ସଭାପତି ନାରାୟଣ ପାତ୍ର, କ୍ରୀଡ଼ା ସଚୀବ ଆର.ଭିନିଲ କ୍ରିଷ୍ଣା ,ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଓ ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଶୁଭକାମନା ଜଣାଇଛନ୍ତି । ଏହି ଦଳର ପୁରୁଷ ବିଭାଗରେ ରହିଛନ୍ତି ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ସିଦ୍ଧେଶ୍ଵର ଟୁଡୁ, ଦିବ୍ୟ ରଞ୍ଜନ ସିହଂ, ଅର୍ଜୁନ ସିଂ, ଅଜୟ ମାନ୍ଦ୍ରା, ପପ୍ପନୀ ସବର, ସନ୍ଵିତ ଚାଟୁମ୍ବା, ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ, ଟି.ଜଗନ୍ନାଥ ଦାସ, ଦୀପକ କୁମାର ସାହୁ, ଭରତ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସୁଖନାଥ ସିଂ ସେହିପରି ମହିଳା ବିଭାଗ ରେ ପ୍ରିୟଙ୍କା ସିଂ, ରଞ୍ଜିତା ବାରିକ, ପ୍ରତିମା ଦେ, ଆଶା ମାରାଣ୍ଡି, ପୁଷ୍ପା ମାରାଣ୍ଡି, ଅର୍ଚ୍ଚନା ମାଝୀ, ଶୁଭଶ୍ରୀ ସିଂ, କାଦମ୍ବିନି ମାଝୀ, ମାଗାଇ ମାଝୀ, ନନ୍ଦିତା କୁଜୁର, ସସ୍ମିତା ନାଥ ଶର୍ମା, ସ୍ମରଣିକା ସାହୁ, ରୁପାଲୀ ପ୍ରଧାନ, ଅନନ୍ୟା ପ୍ରଧାନ ଓ ମୋନିକା ନାୟକ ପ୍ରମୁଖ ସାମିଲ ଅଛନ୍ତି ।