-
ରୂପା ଛାଉଣୀକୁ ବିରୋଧ କଲେ ଗରୁଡ଼ ସେବକ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭକୁ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି |ଭକ୍ତ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ମୋଟେଇ ପତଳା ହେଉଛି |ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି ବୋଲି ଉନ୍ନୟନ ପ୍ରଶାସକଙ୍କ ମତ|
ପୂର୍ବତନ ASI ନିର୍ଦ୍ଦେଶକଙ୍କ ମତରେ ଗରୁଡ଼ ସ୍ତମ୍ଭ ଚନ୍ଦନ କାଠ ଜୀବାଶ୍ମରେ ନିର୍ମିତ |ଭକ୍ତଙ୍କୁ ପ୍ରତ୍ୟକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବାକୁ ଆବଶ୍ୟକତା ରହିଛି କହିଛନ୍ତି |ସ୍ତମ୍ଭର ଚାରିପାର୍ଶ୍ୱରେ ଏକ ବୃତ୍ତାକାର ଫ୍ରେମ୍ କରି ରୁପା ଆଚ୍ଛାଦିତ ପାଇଁ ପ୍ରସ୍ତାବ ରହିଛି |ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବା ସୂଚନା |ଗରୁଡ଼ ସ୍ତମ୍ଭ ରୂପା ଛାଉଣୀ ସମ୍ପର୍କରେ ଗଣ ମାଧ୍ୟମକୁ ଦୀର୍ଘ ଚାଳିଶ ବର୍ଷ ଧରି ଗରୁଡ଼ଙ୍କ ସେବା କାର୍ଯ୍ୟ କରୁଥିବା ଗରୁଡ଼ ଙ୍କ ସେବକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଶକ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି ନିଜର ମତ ପ୍ରକାଶ କରି କହିଛନ୍ତି ଗରୁଡ଼ ସ୍ତମ୍ଭ ସ୍ପର୍ଶ ଏବଂ ମୁଣ୍ଡ ଲଗାଇବା ଭକ୍ତଙ୍କ ଭାବାବେଗ ସହିତ ଜଡିତ |ଭକ୍ତଙ୍କ ଭାବାବେଗ ସହିତ ଖେଳିବା ଅଧିକାର କାହାର ନାହିଁ |ରୂପା ଛାଉଣୀ କରିବା ଦ୍ୱାରା ଭକ୍ତ ମାନେ ଯେଉଁ ସ୍ପର୍ଶ କରିବାର ସୁଯୋଗ ପାଉଥିଲେ ତାହା ପାଇପାରିବେ ନାହିଁ |ଗରୁଡ଼ ସ୍ତମ୍ଭ ଛୁଇଁବା ଦ୍ୱାରା ଦୂର ଆରୋଗ୍ୟ ଭଲ ହୋଇଥାଏ |ଗରୁଡ଼ ଙ୍କ ସ୍ନାନ ଜଳ ଭକ୍ତ ଘରକୁ ନିଅନ୍ତି |ଏଭଳି ରୂପା ଛାଉଣୀ ହେଲେ ଭକ୍ତ ମାନେ ଏଥିରୁ ବଞ୍ଚିତ ହେବେ |ମୋର ଦୀର୍ଘ ଚାଳିଶ ବର୍ଷ ସେବା ଅନୁଭୂତି ଅନୁସାରେ ଗରୁଡ଼ ସ୍ତମ୍ଭର କ୍ଷୟ ହୋଇନାହିଁ |