ପୁରୀ ,ଜଳ ଜୀବନ ମିଶନ ଅଧୀନରେ ସବୁ ଘରକୁ ପାଇପ ପାଣି ଯୋଜନା କୃଷ୍ଣପ୍ରସାଦ ବ୍ଲକରେ ଆରମ୍ଭ ହୋଇଛି |ସରକାରଙ୍କ ଉକ୍ତ ଯୋଜନାରେ ପ୍ରତି ଗ୍ରାମରେ ଗ୍ରାମ ଜଳ ଓ ପରିମଳ କମିଟି ଗଠନ କରାଯାଇଛି |ଜନ ସାଧାରଣଙ୍କ ଭାଗିଦାରୀ କୁ ପ୍ରାଧାନ୍ୟ ଦେଇ ଆରମ୍ଭ କରାଯାଇଥିବା ଉକ୍ତ ଯୋଜନାରେ ଗ୍ରାମର ଲୋକମାନେ ପ୍ରକଳ୍ପ ପରିଚାଳନା କରିବେ ବୋଲି ପ୍ରକଳ୍ପ ନୋଡାଲ ଏଜେନ୍ସିର ମୁଖ୍ୟ ସଂଯୋଜକ ଶ୍ରୀପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି |
ମୁଖ୍ୟ ଅତିଥି ଭାବରେ କୃଷ୍ଣପ୍ରସାଦର ଜଣାଶୁଣା ସମାଜସେଵୀ ଜନନେତା ଶ୍ରୀବିଜୟ କୁମାର ତରେଇ ଯୋଗ ଦେଇଥିଲେ |ସରକାରଙ୍କ ଏହି ଲୋକାଭିମୁଖୀ ପ୍ରକଳ୍ପରେ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ଯୋଗଦାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ |
ପୁରୀ ନିମାପଡା ସେଣ୍ଟ୍ରାଲ କୋଅପ୍ରେଟିଭ ର ବ୍ୟାଙ୍କର ପରିଚାଳକ ଶ୍ରୀ କାଳୀ ପ୍ରସାଦ ସାମନ୍ତରାୟଙ୍କ ଉପସ୍ଥିତରେ କମିଟି ମାନଙ୍କର କର୍ମକର୍ତ୍ତା ମାନଙ୍କୁ ବ୍ୟାଙ୍କ ପାସବୁକ ପ୍ରଦାନ କରାଯାଇଥିଲା |
କୃଷ୍ଣପ୍ରସାଦ ବ୍ଲକର ସଂଯୋଜକ ହେମନ୍ତ କୁମାର ଜେନା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉକ୍ତ ଶିବିରରେ ପୂର୍ଣ୍ଣିମା ଦଳେଇ, ରିଙ୍କି ଜେନା, ପ୍ରଣତି ଜେନା, ଓ ସୁନିତା ପ୍ରମୁଖ ପରିଚାଳନା କରିଥିଲେ |
ଏହି ଲୋକାଭିମୁଖୀ ପ୍ରକଳ୍ପର କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ନିମନ୍ତେ ସମସ୍ତ ସରପଞ୍ଚ ଓ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା |
Related Stories
November 25, 2024