-
ଟ୍ୱିଟ୍ କରି ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-
ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନରେ ବାଲବାଟିକା ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
ଭୁବନେଶ୍ୱର,ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ନଂ ୨ ଏବଂ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷାମୂଳକ ଭାବରେ ବାଲବାଟିକା ଶୁଭାରମ୍ଭ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ଏହି ଦୁଇ ସ୍କୁଲରେ ବାଲବାଟିକାର ଶୁଭାରମ୍ଭ କରାଯାଇଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଏହା ଏକ ବଡ଼ ପଦକ୍ଷେପ । ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନ କରିବାରେ ବାଲବାଟିକା ହେଉଛି ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ବାଲବାଟିକା, ଏକବିଂଶ ଶତାବ୍ଦୀରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ଗତ ଅକ୍ଟୋବର ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାମୂଳକ ଭାବରେ ସମଗ୍ର ଭାରତ ବର୍ଷରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ବାଲବାଟିକାର ଶୁଭାରମ୍ଭ କରିଥିଲେ । ଆଗାମୀ ଶିକ୍ଷା ବର୍ଷରେ ବାଲବାଟିକା ଦେଶର ସମସ୍ତ ସିବିଏସଇ ସ୍କୁଲରେ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି । ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକରେ ବାଲବାଟିକାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିମର୍ଷ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ ଶତପ୍ରତିଶତ ୩ ବର୍ଷ ବୟସରୁ ଶିଶୁଙ୍କୁ ସ୍କୁଲ ଶିକ୍ଷାରେ ଅଣାଯିବା ନେଇ ଭାରତ ସରକାର କାର୍ଯ୍ୟ କରୁଛନ୍ତି ।