-
ସାଂସଦ ଦେଲେ ପ୍ରସ୍ତାବ ଯାତ୍ରୀ ମାନଙ୍କ ସୁରକ୍ଷା,ବିମାନ ବନ୍ଦର ସୌନ୍ଦର୍ଯ୍ୟ କରଣ, ବିକାଶ
-
ଭୁବନେଶ୍ୱର ବିମାନ ବନ୍ଦର ବିକାଶ ପ୍ରକ୍ରିୟା ଜାରି ଏବଂ ପ୍ରାଧିକାରଣ ସଦ୍ୟସ ବୈଠଜ ଜାରି
ଭୁବନେଶ୍ୱର। ରିଖ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅନ୍ତଃରାଷ୍ଟ୍ରୀୟ IPU କାର୍ଯ୍ୟକାରିଣୀ ସଦସ୍ୟ ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକାରଣ କମିଟିର chairman ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ବହୁତ ମହତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକାରଣ କମିଟିରେ ନବ ନିଯୁକ୍ତ ସଦ୍ୟସ ମାନଙ୍କୁ ନେଇ ପ୍ରଥମ ବୈଠକରେ ସାମିଲ ହୋଇଥିବା ଶ୍ରୀ ଉମେଶ ଖଣ୍ଡେଲୱାଲ ଏବଂ ଶ୍ରୀ ଯୁଗଂଶୁ ଶେଖର ପଣ୍ଡା ଙ୍କର ପରିଚୟ ଏବଂ ସ୍ୱାଗତ କରାଗଲା | ଏହି ବୈଠକ ରେ Chairman ଶ୍ରୀମତୀ ଷଡ଼ଙ୍ଗୀ କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ ମୁଖ୍ୟତଃ କିଭଳି ଭାବରେ ବିମାନ ବନ୍ଦରର ବିକାଶ ହୋଇ ପାରିବ, ଯାତ୍ରୀ ମାନେ କିଭଳି ଭାବରେ ସନ୍ତୋଷଲାଭ କରିପାରିବେ, ବିମାନ ବନ୍ଦରର ସୌନ୍ଦର୍ଯ୍ୟ କରଣ, କିଭଳି ଯାତ୍ରୀମାନେ ସୁରକ୍ଷା ପାଇପାରିବେ ଏବଂ କିପରି ଭାବରେ ବିଶ୍ଵସ୍ତରୀୟ ହୋଇ ପାରିବ | ଶ୍ରୀ ଖଣ୍ଡେଲୱାଲ Chairman ଏବଂ ଏୟାରପୋର୍ଟ ଡିରେକଟର ଏବଂ ବିଭାଗୀୟ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି ଅବସରରେ ଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷା ସହିତ ଏୟାରପୋର୍ଟ ପଡିଆର ବିସ୍ତାର ସହିତ ଆଧୁନିକକରଣ, ପର୍ଯ୍ୟବରଣ, ସୌନ୍ଦର୍ଯ୍ୟକ ରଣ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା | ବୈଠକରେ ଏୟାରପୋର୍ଟ ଡିରେକଟର ଶ୍ରୀ ପ୍ରସନ୍ନ ପ୍ରଧାନଙ୍କ ସହିତ ସବୁ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ | ପ୍ରାଧୀଜରଣ କମିଟି ସଦ୍ୟସ ଶ୍ରୀ ଉମେଶ ଖଣ୍ଡେଲୱାଲ ପ୍ରସ୍ତାବ ଦେଇଥିଲେକି ସମ୍ପୂର୍ଣ ବିଶ୍ଵରେ ଓଡିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧ ଅଛି | ଏ ୟାରପୋର୍ଟ ଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଜୀ ଙ୍କର ମୂର୍ତ୍ତି ସ୍ଥାପିତ ହେବା ସହିତ ମହାପ୍ରସାଦ ବିକ୍ରି ସହିତ ଓଡିଶା ପ୍ରସିଦ୍ଧ ପଖାଳର ଏକ ଦୋକାନ ସୁଲଭ ମୂଲ୍ୟର ଖୋଳିବା ପାଇଁ ପ୍ରସ୍ତାବ ଦେଇଥିଲେ |