ଭୁବନେଶ୍ଵର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତୀ ଅଂଚଳରେ ସକ୍ରିୟ ରହିଛି ଏକ ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କି.ମି. ଯାଏଁ ବ୍ୟାପିଛି । କ୍ରମଶଃ ଏହା ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତିକରି ୧୯ ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର ଅଂଚଳର ମଧ୍ୟଭାଗରେ ଏକ ଅବପାତର ରୂପନେବା ସହ ପରବର୍ତୀ ୩ ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 24, 2024