ଭୁବନେଶ୍ଵର,ରାଜ୍ୟରେ ରାତ୍ରି ତାପମାତ୍ରା ହ୍ରାସ ପାଇଛି । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୨ ଡ଼ିଗ୍ରୀ ତଳେ ରହିଛି । କୋରାପୁଟ ଜିଲ୍ଲାର ଶିମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୯ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୮.୬ ଡ଼ିଗ୍ରୀ, କୋରାପୁଟରେ ୧୦.୫ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୧୦.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୧.୫ ଡ଼ିଗ୍ରୀ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୧.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ତେବେ ଆଗାମୀ ୨ ରୁ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବାବେଳେ ପରବର୍ତୀ ସମୟରେ ରାତ୍ରି ତାପମାତ୍ରାରେ ୨ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।