ଖୋର୍ଦ୍ଧା,ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବେରୁହାଁ ଜଙ୍ଗଲରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଆଖପାଖ ଅଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଆଜି ସକାଳୁ ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଲୋକେ ଦେଖିଥିବା ଜନ୍ତୁ ବାଘ ନୁହେଁ ବରଂ ଏହା ଅନ୍ୟ କୌଣସି ଜନ୍ତୁ ବୋଲି ସୂଚନା ଦେଇଛି ବନ ବିଭାଗ ।
ପ୍ରକାଶ ଥାଉକି, ଗ୍ରାମର କେତେକ ଲୋକ ଜଙ୍ଗଲରେ ବାଘ ଦେଖିଥିବା କହିବା ପରେ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ବାଘର କୌଣସି ପାଦ ଚିହ୍ନ ବର୍ତମାନ ସୁଦ୍ଧା ଜଙ୍ଗଲରେ ଦେଖିବାକୁ ମିଳିନଥିବା କହିଛି ବନ ବିଭାଗ ।