ଭୁବନେଶ୍ୱର, ବିଧାନସଭାର ଶୀତକାଳୀନ ଅଧିବେଶନ ଆଗାମୀ 24 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ସୁଚାରୁ ରୂପେ ଚଳାଇବାକୁ ଆସନ୍ତା ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତି ଏହି ବୈଠକରେ ଅଧ୍ୟକ୍ଷତା କରିବେ ।
ଉଲ୍ଲେଖନୀୟ ଯେ ଆଗାମୀ ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଏହି ବିଧାନସଭା ଅଧିବେଶନ ଚାଲିବ । ଅଧିବେଶନକୁ ସୁରୁଖୁରରେ ଚଳାଇବା ନେଇ ସର୍ବଦଳୀଯ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିବେ। ଏଥର ଅଧିବେଶନ କୋଭିଡ କଟକଣା ଭିତରେ ହେବ ନା ନିୟମର କିଛି ପରିବର୍ତ୍ତନ କରାଯିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ। 21 ତାରିଖ ଦଦିନ ୧୧ଟା ୩୦ମିନିଟରେ ବିଧାନ ସଭାର ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ ।