ଭୁବନେଶ୍ୱର, ଓଡିଶା ବିଧାନସଭାର ବିଧାୟକ ମାନଙ୍କର ଦରମା ପଢିବା ପାରେ । ଏ ନେଇ ବିଧାନସଭା ପକ୍ଷରୁ ଗଠିତ କରାଯାଇଥିବା କମିଟିର ସଭାପତି ଅମର ପ୍ରସାଦ ସତପଥୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି .ଯେ – ଦରମା ବୃଦ୍ଧି ନେଇ ବିଧାନସଭା ଉପଦେଷ୍ଟା କମିଟି ବଚାର କରୁଛି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ରୁ ଅଢେଇ ଲକ୍ଷ ରହିଛି । ତେବେ ଓଡ଼ିଶାରେ ବିଧାୟକଙ୍କ ଦରମା ସବୁ ମିଶିକି ୯୮ ହଜାର ରହିଛି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।