ବଲାଙ୍ଗିର, ଶ୍ରମିକର ମାନ୍ୟତା, ସରକାରୀ ଘୋଷଣା, ସମାନ କାମକୁ ସମାନ ଦରମା, ଶ୍ରମ ସମ୍ମିଳନୀ ନିଷ୍ପତି ଅନୁସାରେ ୨୬ ହଜାର ଭତ୍ତା, ପେନସନ, ସାମାଜିକ ସୁରକ୍ଷା, ମିନିଙ୍କୁ କର୍ମୀ ମାନ୍ୟତା, ଗାଆଁ କଲ୍ୟାଣ ସମିତିରୁ ବାଦ୍ ଦେବା, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀଙ୍କୁ ସ୍ଵତନ୍ତ୍ର ଭତ୍ତା, ଶହେ ଶତକଡା ପଦୋନ୍ନତି ପ୍ରଭୃତି ବିଭିନ୍ନ ଦାବି ପୂରଣ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ବଲାଙ୍ଗୀର ସଭାନେତ୍ରୀ ମମତା ଶତପଥୀ, ସମ୍ପାଦିକା ଗୌରୀ ଷଡ଼ଙ୍ଗୀ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, ଧନମତି ଛେତ୍ରି, ଜ୍ୟୋତିର୍ମୟୀ ଚାଟାର୍ଜୀ, ରେବତୀ କୁମ୍ଭାର, ଭୂଜମତି ନାଗ, ପ୍ରଣତିମୟୀ ମିଶ୍ର, ଦେବକୀ ପଟ୍ଟନାୟକ, ମୀନା ବଗର୍ତ୍ତି, ବିମଲିନି ନାଗ, ଆଡ଼ଭାଇଜର ମହେନ୍ଦ୍ର କୁମାର ଦର୍ଜି, ବାଳକୃଷ୍ଣ ଷଡ଼ଙ୍ଗୀ, ଅନଙ୍ଗ ଠାକୁରଙ୍କ ସହ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ର ଆଡ଼ଭାଇଜର ପ୍ରଶାନ୍ତ ପାଢ଼ୀଙ୍କ ନେତୃତ୍ଵରେ ସ୍ଥାନୀୟ କଳାମଣ୍ଡଲ ପଡିଆରୁ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ । ଅଙ୍ଗନୱାଡି ସେକ୍ଟର ମାନଙ୍କରେ ଦେଖାଦେଉଥିବା ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପୂରଣ ସକାଶେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଆସନ୍ତା ଡିସେମ୍ବର ୯ ତାରିଖରେ ବିଧାନସଭା ଘେରିବା ଯୋଜନା ରହିଥିବା କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।