ଭୁବନେଶ୍ୱର, ଏଣିକି ପୋଷା ଜନ୍ତୁ ରଖିଲେ ନେବାକୁ ପଡ଼ିବ ଅନୁମତି । ପୋଷା ଜନ୍ତୁ ପାଇଁ ବିଏମ୍ସିରୁ ଅନୁମତି ନେବା ସହ ପଞ୍ଜୀକରଣ କରିବାକୁ ପଡ଼ିବ । ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟିକା ଓ ଡାକ୍ତରଙ୍କ ପରାମର୍ଶ ସହ ପୋଷା ଜନ୍ତୁ ରଖିବାକୁ ଅନୁମତି ମିଳିବ । ଆସନ୍ତା ସପ୍ତାହ ସୁଦ୍ଧା ଏନେଇ ଗାଇଡ୍ ଲାଇନ୍ ଆସିବ । ଏହା ବ୍ୟତୀତ ପୋଷା ଜନ୍ତୁ ଅନ୍ୟର କ୍ଷତି ଯେଭଳି ନ ପହଂଚାଏ ସେଥିପାଇଁ ଅଣ୍ଡରଟେକିଂ ଦେବାକୁ ପଡ଼ିବ ।
Related Stories
November 24, 2024