ବ୍ରହ୍ମପୁର ଗାନ୍ଧୀନଗର ପ୍ରଥମ ଲାଇନ ବିଶିଷ୍ଟ ଜ୍ୟୋତିର୍ବିତ ଡ଼ଃ ଗୋପୀନାଥ ମହାପାତ୍ରଙ୍କ ଧର୍ମପତ୍ନୀ ଶୋଭାବତୀ ମହାପାତ୍ର ପ୍ରାୟ 70 ବର୍ଷ ବୟସରେ ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି.ଶ୍ରୀମତୀ ମହାପାତ୍ର ଜଣେ ପରୋପକାରୀ,ଆଧ୍ୟାତ୍ମିକ,ଧର୍ମାପରାୟଣ ମହିଳା ରୂପେ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ.ମୃତ୍ୟୁ ପରେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମର ଶରୀରକୁ ଭୁବନେଶ୍ୱର ଅଣା ଯାଇଥିଲା.ସେଠାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଆଣିବା ପରେ ଅନ୍ତିମ ଦର୍ଶନ ନିମନ୍ତେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ ଲାଗିଥିଲା.ମୃତ୍ୟୁ ବେଳକୁ ଦୁଇ ପୁଅ ରଶ୍ମିରଞ୍ଜନ,ରୂପେଶ୍ୱର ଓ 02 ବୋହୁଙ୍କ ସମେତ 02 ଝିଅ ବବିତା,ସୁନିତା ଏବଂ ଜ୍ୱାଇଁ,ନାତି,ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ.ଶେଷରେ ଏକ ବିରାଟ ଶୋଭାଯାତ୍ରାରେ ମର ଶରୀରକୁ ଅନ୍ତିମ ସତ୍କାର ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର ନିଆ ଯାଇଥିଲା.