ଗଂଜାମ, ଗଂଜାମ ଜିଲା ଶେରଗଡର ପାଣିଗ୍ରାହି ଏସୋସିଏସନ ମୋବାଇଲ ଦୋକାନରୁ ଗତ ୫ ତାରିଖରେ ଚୋରୀ ହୋଇଥିବା ପ୍ରାୟ ୩୦ ଲକ୍ଷ ଟଂକାର ୧୦୨ଟି ମୋବାଇଲକୁ ଜବତ କରିଛି ଶେରଗଡ ପୁଲିସ। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ବିଶୋଇ ଓ ତାର ସହଯୋଗୀକୁ ଗିରଫ କରାଯାଇଛି। ଅନ୍ଯ ଦୁଇ ଜଣ ଫେରାର ଥିବା ଜଣାପଡିଛି। ଏମାନଙ୍କ ଠାରୁ ଦୁଇଟି ଲାପଟପ ଓ ଏମାନେ ବ୍ଯବହାର କରିଥିବା ଗୋଟିଏ ବାଇକ ଓ ଅଟୋ ମଧ୍ୟ ଶେରଗଡ ପୁଲିସ ଜବତ କରିଛି।
Related Stories
November 23, 2024