ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ମଧ୍ୟାହ୍ନ ଭୋଜନ ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିଛନ୍ତି ।
ଦୁଇ ନେତା ପ୍ରତିରକ୍ଷା, ବେସାମରିକ ଆଣବିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ଆର୍ଥିକ ଯୋଗଦାନର ନୂତନ କ୍ଷେତ୍ରରେ ସହଯୋଗର ଗଭୀରତାକୁ ସେମାନେ ସ୍ୱାଗତ କରିଛନ୍ତି ।
ପାରସ୍ପରିକ ସ୍ୱାର୍ଥ ଜଡିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।