ଭଞ୍ଜନଗର – ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ନିର୍ଦ୍ଧେଶ କ୍ରମେ ଯୋଗାଣ ବିଭାଗ ତରଫରୁ ଗେଲେରୀ ର ବିଭିନ୍ନ ହୋଟେଲ ଉପରେ ଅଚାନକ ଚଢଉ କରାଯାଇଥିଲା | ଶରତ କୁମାର ପଟ୍ଟନାୟକ ନାମକ ହୋଟେଲ ଵ୍ୟଵସାୟୀ ଙ୍କଠାରୁ ଛଅ ଗୋଟି, ଦୟାନିଧି ପଟ୍ଟନାୟକ ଙ୍କ ଠାରୁ ତିନି ଗୋଟି ଏବଂ ରଂଜିତ କୁମାର ସାହୁ ଙ୍କ ଠାରୁ ଚାରି ଗୋଟି ଘରେଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି |ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରା ଙ୍କ ସୂଚନା ମିତାବକ କୌଣସି ହୋଟେଲରେ ଵ୍ୟଵସାୟୀ ଘରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରିପାରିବେ ନାହିଁ ସେମାନଙ୍କ ନିମନ୍ତେ ଵାଣିଜ୍ୟକ ଗ୍ୟାସ ସିଲିଣ୍ଡର ରହିଛି | ବିଭିନ୍ନ ହୋଟେଲ ମାଲିକଙ୍କୁ ଏଥିନିମନ୍ତେ ସୁଚିତ ମଧ୍ୟ କରାଯାଉଛି କିନ୍ତୁ ସେ କାର୍ଯ୍ୟରୁ ନିବୃତ ନ ରହିବାର ଖବର ଯୋଗାଣ ବିଭାଗର ଦୁଷ୍ଟି ଗୋଚର ହେଇଥିଲା | ଏଥିରେ ଯୋଗାଣ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରି ସହକାରୀ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଭଞ୍ଜନଗର ବ୍ଲକ ଏମ. ଆଇ ସନ୍ତୋଷ ଦାସ, ବେଲଗୁଣ୍ଠା ଏମ. ଆଇ ସୁବ୍ରତ ଚୌଧୁରୀ ଏବଂ ଗେଲେରୀ ଆଉଟ ପୋଷ୍ଟ ର ଏ. ଏସ. ଆଇ ବସନ୍ତ ମିଶ୍ର ଏବଂ ଷ୍ଟାପ ମିଳିତ ଏକ ଟିମ ଗଠନ କରି ଚଢଉ କରିଥିଲେ | ଆଗକୁ ଭଞ୍ଜନଗର ସହର ସମେତ ଅନ୍ୟ ସମସ୍ତ ସ୍ଥାନ ମାନଙ୍କରେ ଅଚାନକ ଚଢଉ ସହ ନିୟମ ଖିଲାପ କରି ହୋଟେଲ ମାଲିକ ଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି |
Related Stories
December 28, 2024