ଭୁବନେଶ୍ଵର, ରାଜ୍ୟରେ ରାତ୍ରି ତାପମାତ୍ରା ହ୍ରାସ ପାଇଛି । ରାଜ୍ୟର ୯ଟି ସ୍ଥାନରେ ପାରଦ ୧୪ ଡ଼ିଗ୍ରୀ ତଳେ ରହିଛି । କୋରାପୁଟ ଜିଲ୍ଲାର ଶିମିଳିଗୁଡାରେ ୭.୬ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୦ ଡ଼ିଗ୍ରୀ, କୋରାପୁଟରେ ୧୦.୫ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ୧୧.୦ ଡ଼ିଗ୍ରୀ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୨.୦ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୨.୦ ଡ଼ିଗ୍ରୀ, ସମ୍ବଲପୁର ଜିଲ୍ଲାର ଚିପିଲିମାରେ ୧୩.୨ଡ଼ିଗ୍ରୀ ଏବଂ ଝାରସୁଗୁଡାରେ ୧୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । କୋରାପୁଟ ଜିଲ୍ଲାର ଶିମିଳିଗୁଡା ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କଟକରେ ୧୬.୬ ଡ଼ିଗ୍ରୀ ଏବଂ ଭୁବନେଶ୍ଵରରେ ୧୬.୫ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ତେବେ ଆଗକୁ ଜାରି ରହିବ ଶୁଖିଲା ପାଗ ଏବଂ ଆଭ୍ୟନ୍ତରୀଣ ଅଂଚଳରେ ଶୀତ । ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ, ରାତ୍ରି ତାପମାତ୍ରା ଆଗାମୀ ୪ ରୁ ୫ ଦିନ ଯାଏଁ ସ୍ଵାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ କମ୍ ରହିବାର ସମ୍ଭାବନା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।