-
ବିଜେଡି କହିଲା ହାସ୍ୟାସ୍ପଦ
ଭୁବନେଶ୍ୱର, ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗକୁ ନେଇ ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରାଯିବ ବୋଳି ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଏହି ନିଷ୍ପତିକୁ ହାସ୍ୟାସ୍ପଦ କହିଛି ବିଜେଡି ।
ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେତେବେଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡ଼ିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ । ରାଜ୍ୟ ସରକାର ଯଦି ନ ଚେତିବେ, ତେବେ ବଡ଼ ଆନ୍ଦୋଳନ ହେବ ।
ବିଜେପିକୁ କାଉଂଟର କରି ଏକ ସାମ୍ବାଦିକ ସମ୍ମିଳୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଧାନସଭା ଘେରାଉ ପରିବର୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି । ଚାଷୀ ପ୍ରସଙ୍ଗର ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ । ପ୍ରତି ପ୍ରସଙ୍ଗରେ କୃଷି ବିରୋଧୀ ବିଜେପି । ବିଜେପିର ପ୍ରହେଳିକା ଚାଷୀ ବୁଝି ସାରିଲେଣି । ତେଣୁ ଦୋଷ ଘୋଡ଼ାଇବାକୁ ବିଜେପି ଏପରି ନାଟକ କରୁଛି ବୋଲି ସେ କହିଛନ୍ତି ।