ମାଲକାନଗିରି, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଏ ମାଲକାନଗିରି ଜିଲ୍ଲାକୁ । ଏହି ଗନ୍ତାଘରର ଅନ୍ୟତମ ହେଉଛି ଖଇରପୁଟ ବ୍ଲକରେ ଅବସ୍ଥିତ ଆମ୍ମାକୁଣ୍ଡ । ଯାହାକି ପୁରାଣ ବର୍ଣ୍ଣିତ ରାମାୟଣରେ ମଧ୍ୟ ଏହା ଉଲ୍ଲେଖ ରହିଛି । କିନ୍ତୁ, ଆଜି ଏହା ଦୟନୀୟ ଅବସ୍ଥାରେ ପଡ଼ି ରହିଥିବା ବେଳେ ଆମ୍ମାକୁଣ୍ଡକୁ ପୁନଃରୁଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ଖଇରପୁଟ ଅଂଚଳର କିଛି ଯୁବକ । ପ୍ରତ୍ଯକ ରବିବାର ଦିନ ଏଠାରେ ଆସି କିଛି କାର୍ଯ୍ୟ କରୁଥିବା ଦେଖା ଦେଇଛି । ଏଠାରେ ଆସି ଅପରିଷ୍କାର ହୋଇ ପଡିରହିଥିବା କୁଣ୍ଡକୁ କିଛି ଯୁବକ ସଫା କରିବା ସହ ପଡ଼ି ରହିଥିବା ଶୁଖିଲା ଗଛ ଗୁଡ଼ିକ ଆଉ କିଛି ଯୁବକ କାଟି ସଜାଡ଼ିବାରେ ଲାଗିଛନ୍ତି ।
ରାମାୟଣ ବର୍ଣ୍ଣିତ ମହିମା ଅନ୍ୟତମ କାରଣ। ଏଠି ପ୍ରଭୁ ଶ୍ରୀ ରାମ ବନବାସ ସମୟରେ ଦଣ୍ଡକାରଣ୍ୟ ଅଂଚଳକୁ ଆସିବା ସମୟରେ ମାତା ସୀତା ପ୍ରଭୁଙ୍କ ସହ ଏହି କୁଣ୍ଡରେ କିଛି ସମୟ ଅତିବାହିତ କରିଥିଲେ । ଏବଂ ଅତିବାହିତ କରୁଥିବା ସମୟରେ ଏହି କୁଣ୍ଡର ମାଛ ମାନଙ୍କୁ ମାତା ସୀତା କିଛି ଖାଇବାକୁ ଦେଉଥିଲେ । ସେବେ ଠାରୁ ଏହି କୁଣ୍ଡର ମାଛ ମାନଙ୍କୁ କେହି ଖାଆନ୍ତି ନାହିଁ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ସେହି ହିସାବରେ ଆମ୍ମାକୁଣ୍ଡର ଅର୍ଥ ହେଉଛି ତେଲୁଗୁରେ ଆମ୍ମା ମାନେ ମାଆ ତେଣୁ ମାତା ସୀତାଙ୍କ ହିସାବରେ ମାଆ କୁଣ୍ଡ, ସେହି ସମୟରୁ ଏହି କୁଣ୍ଡ ର ନାମ ଆମ୍ମାକୁଣ୍ଡ ବୋଲି ପୁରାଣ ବର୍ଣ୍ଣିତ ରହିଛି । ଆଜି ସେହି ଆମ୍ମାକୁଣ୍ଡ କେବଳ ଆମ୍ମାକୁଣ୍ତ ହୋଇ ରହିନାହିଁ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇଛି । କିନ୍ତୁ, ଏହି ପର୍ଯ୍ୟଟନ ସ୍ଥଳୀକୁ ପୁନଃରୁଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।