ବଲାଙ୍ଗିର, ଗତ ପନ୍ଦର ତାରିଖ ଦିନ ବିଜାଖମନ ନିକଟରେ ନିଛାଟିଆର ସୁଯୋଗ ନେଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ମାଡପିଟ କରି ହେଲମେଟ ଲୁଟ ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ବଲାଙ୍ଗୀର ଟାଉନ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ, ଗତ୧୫ ତାରିଖରେ ରିପୋର୍ଟକାରୀ ଆଦିତ୍ୟ କୁମାର ଠାକୁର (୩୮) ପି- ରାଣା ପ୍ରତାପ ଠାକୁର, ରଜପୁର, ଥାନା-ନୂଆପଡା, ଜିଲ୍ଲା- ନୂଆପଡା, ହାଲ ନିବାସୀ-ସଇଁତଳା, ଥାନା-ସଇଁତଳା, ଜିଲ୍ଲା-ବଲାଙ୍ଗିର ଅଭିଯୋଗ କରିଥିଲେ ଯେ, ସେ ସଇଁତଳାର ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ଗତ ୧୫ ତାରିଖ ଦିନ୯ଟା ୩୦ ମିନିଟ ସମୟରେ ସେ ବଲାଙ୍ଗିର ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଆସିଥିଲେ । ଟଙ୍କା ଡିପୋଜିଟ କରି ଫେରିବା ସମୟରେ ବିଜାଖମନ ବ୍ରିଜ ରେ ସେ ଅଟକି ପରିସ୍ରା କରିସାରିବା ପରେ କେହି ଜଣେ ତାଙ୍କୁ ଡାକିବା ଭଳି ଲାଗିବାରୁ ପାଖରେ ଥିବା ଜଣେ ପିଲାକୁ ପଚାରିଥିଲେ । ଏହି ସମୟରେ ସେହି ପିଲା ପାଖକୁ ଆସି ତାଙ୍କ ଗାଡିର ଚାବି ନେଇଗଲା, ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କଲା, ଗାଡିର ଭାଇଜର ଭାଙ୍ଗି ଦେଲା । ପରେ ସେହି ପିଲା ଓ ତାର ଆଉ ଜଣେ ସାଙ୍ଗ ଆସି ରିପୋର୍ଟକାରୀଙ୍କୁ ମାଡ ମାରିଲେ ଏବଂ ତାଙ୍କ ହେଲମେଟ ଧରି ଫେରାର ହୋଇଗଲେ । ତଦନ୍ତ ସମୟରେ ଏ.ଏସ.ଆଇ ବିଦ୍ୟାଧର ଭୋଇ ମୁଦାଲା ବିରାଟ ବାଗ (୨୩) ପି-ଅମର ବାଗ, ନି-ଗୁପ୍ତେଶ୍ଵର ନଗର ଓ ଗୋବିନ୍ଦ ମେହେର(୨୨) ପି-ରାଧେଶ୍ୟାମ ମେହେର ନି-ଇନ୍ଦିରାନଗର, ଥାନା-ଟାଉନ, ଜିଲ୍ଲା-ବଲାଙ୍ଗିରକୁ ତା.୧୫.୧୧.୨୦୨୨ ରିଖରେ ଗିରଫ କରି ଅପରାଧୀ ମାନଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଛି। ଏ ସଂକ୍ରାନ୍ତରେ ଟାଉନ ଥାନା କେଶ୍ ନମ୍ବର ୬୦୪ ତାରିଖ ୧୫ ନଭେମ୍ବର ୨୦୨୨ ଦଫା ୩୯୪ ରେ ଏକ ମୋକଦ୍ଦମା ରୁଜୁ ହୋଇଛି।