କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ନିର୍ମାଣ କ୍ଷେତ୍ର ରେ ପ୍ଲମ୍ବିଙ୍ଗ ଏକ ଗୁରୁତ୍ୱପୂର୍ଣ ଅଙ୍ଗ| ନିର୍ମାଣ ଶ୍ରମିକ ଭାବେ ସେମାନେ ପଞ୍ଜିକୃତ ହୋଇଥିଲେବି ସେମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରୁ ସହାୟତା ରାଶି ପାଇବା ପାଇଁ ଅନଲାଇନ ବ୍ୟବସ୍ଥା ଯୋଗୁଁ ହଇରାଣ ହରକତ ହେଉଛନ୍ତି | ସେମାନଙ୍କ ପାଇଁ ଆଦାୟ ହେଉଥିବା ସେସ କଲ୍ୟାଣ ବୋର୍ଡ ରେ ବାଟମାରଣା ହେଉଛି |ଛାତ୍ର ବୃତ୍ତି, ଝିଅ ବିବାହ, ମୁର୍ତ୍ୟୁ କାଳୀନ ସହାୟତା, ଯନ୍ତ୍ର ପାତି ପାଇଁ ସହାୟତା ସରକାର ଦେବା ପାଇଁ ପ୍ରବଧାନ ଲଗାଇ ଦେଉଛନ୍ତି |ସରକାର ଏହାକୁ ସରଳି କରଣ କରୁନାହାନ୍ତି |ପୁରୀ ଜିଲ୍ଲା ରେ 85ହଜାର ନିର୍ମାଣ ଶ୍ରମିକ ଏହି ବ୍ୟବସ୍ଥା ଯୋଗୁଁ କ୍ଷତି ଗ୍ରସ୍ତ |ଏହା ବିରୁଦ୍ଧରେ ଲଢେଇ ସହ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥାଚାଲୁ କରିବା ଦରକାର ବୋଲି ଶ୍ରମିକ ନେତା ଶରତ କୁମାର ରାୟଗୁରୁ ପ୍ଲମ୍ବର ୟୁନିଅନ ସମିଳନୀ ରେ କହିଛନ୍ତି |ପ୍ଲମ୍ବର ୟୁନିଅନ ଦ୍ୱାଦଶ ବାର୍ଷିକ ସମିଳନୀ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ସୁଶୀଳ କୁମାର ସାହୁ ସଭାପତିତ୍ବ କରିଥିଲେ |ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଶ୍ରମିକ ମାନେ ଐକ୍ୟବଦ୍ଧ ହେବାପାଇଁ ପରାମର୍ଶ ଦେଇଥିଲେ |ସମ୍ପାଦକ ରବିନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପ୍ଲମ୍ବିଙ୍ଗ କ୍ଷେତ୍ରରେ ପ୍ରତିଷ୍ଠିତ କେତେକ କମ୍ପାନୀ ଓ ଦୋକାନୀ ମାନଙ୍କ ପ୍ରତିନିଧି ସଭାକୁ ସମ୍ବୋଧିତ କରିଥିଲେ |ଉମେଶ ଜେନା,ନୀଳାମ୍ବର ପଲେଇ, ଚକ୍ରଧର ମାଣିକ,ସମେତ ସମସ୍ତ ପ୍ଲମ୍ବର ମାନଙ୍କ ପରିବାର ବର୍ଗ ସହଯୋଗ କରିଥିଲେ |
Related Stories
November 25, 2024