କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲାରେ ବର୍ତ୍ତମାନ ଫେବର ବ୍ଲକ୍ ରାସ୍ତାକାମ ଅନିୟମିତତା ଭାବେ ଜୋରସୋର୍ ରେ ହେଉଅଛି । ଫେବର ବ୍ଲକ୍ କାମର ଯାହା ଲକ୍ଷ ଭୂତଳ ଜଳ ସ୍ତର ବଢ଼ିବାରେ ସହାୟକ ଏବଂ ସ୍ୱଳ୍ପ ଖର୍ଚ୍ଚରେ ମରାମତି ତାର ବିପରୀତ ଭାବେ କାମ ହେଉଅଛି । କଂକ୍ରିଟ ରାସ୍ତା ନଖୋଳି ତାଉପରେ ଫେବର ବ୍ଲକ୍ ପକେଇ ଏକ ବଡ଼ ଧରଣର ଦୁର୍ନୀତି କାମ ହେଉଅଛି । ପୁରୀ ସହର ବାସୀଙ୍କ ଅନୁରୋଧ କ୍ରମେ ପୁରୀ ଆପ୍ ୟୁଥ୍ ୱିଙ୍ଗ ତରଫରୁ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ ଙ୍କ ନେତୃତ୍ୱରେ ଏ ବେନିୟମ କାର୍ଯ୍ୟକୁ ସବୁ ଜାଗାରେ ବିରୋଧ କରାଯାଉଛି । ପୁରୀ ଜିଲ୍ଲାପାଳ ଏବଂ ମୁନ୍ସିପାଲିଟି ଏକ୍ଜିକ୍ୟୁଟିଭ ଅଫିସର୍ ଙ୍କୁ ୟୁଥ୍ ୱିଙ୍ଗ ତରଫରୁ ଦାବିପତ୍ର ଦିଆଯାଇଛି । ଏକ୍ଜିକ୍ୟୁଟିଭ ଅଫିସର୍ ଙ୍କ ପ୍ରତିଶୃତି ଥିଲା କି ଆଗକୁ ଏହି ବେନିୟମ ଭାବେ କାର୍ଯ୍ୟ ହେବ ନାଇ ଯଦି ହେବ ନିୟମ ଭିତରେ ହେବ କିନ୍ତୁ ଆମେ ଦେଖୁଛୁ ପ୍ରତିଦିନ ପୁରୀ ସହରର ଅଲଗା ଅଲଗା ସ୍ଥାନରେ ଏ ଫେବର ବ୍ଲକ୍ କାର୍ଯ୍ୟ ହେଉଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଏଥିରେ ଏକ ବଡ଼ ଧରଣର ଦୁର୍ନୀତି ହେଉଅଛି ବୋଲି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି ।ଯଦି ଆଗକୁ ଏହି ଦୁର୍ନୀତି କାର୍ଯ୍ୟ ଚାଲୁ ରୁହେ ତେବେ ଆମ୍ ଆଦ୍ମୀ ପାର୍ଟି ନ୍ୟାୟାଳୟ ର ଦ୍ବାରସ୍ଥ ହେବା ସହ ଆନ୍ଦୋଳନ କୁ ଜୋରଦାର କରିବ ବୋଲି ସ୍ଥିର କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ସତ୍ୟଜିତ ମହାନ୍ତି କହିଛନ୍ତି ।ଏହା ସହ ଆମ୍ ଆଦ୍ମୀ ପାର୍ଟି ସମସ୍ତ ରାଜନୈତିକ ଦଳ କୁ ଆହ୍ଵାନ କରୁଛି ଏ ବେନିୟମ କାର୍ଯ୍ୟ ବିରୁଦ୍ଧରେ ନିଜର ସ୍ଵର ଉଠାଇବା ସହ ଏ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ଆଗକୁ ଆପ୍ ପ୍ରତି ଗଳି ରେ ଫେବର ବ୍ଲକ୍ କାହିଁକି ପଡେ ସେଥିରେ ଆମ ପୁରୀ ବାସୀଙ୍କର କଣ ଲାଭ ମିଳିବ ଏବଂ ବେନିୟମ ରେ ହେଲେ କଣ କ୍ଷତି ହବ ଲୋକଙ୍କୁ ସଚେତନ କାର୍ଯ୍ୟ କରିବ ବୋଲି ରାଜ୍ୟ ମୁଖପାତ୍ର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024