-
ହେବ ମୃଦଙ୍ଗ ଶୋଭାଯାତ୍ରା, ସେମିନାର, ସ୍ମୃତି ସ୍ତମ୍ଭ,
ପୁରୀ ,କୁଜଙ୍ଗ ସହ ଶ୍ରୀକ୍ଷେତ୍ର ର ୪୫୫ ବର୍ଷ ର ଐତିହାସିକ ଓ ପୌରାଣିକ ସଂପର୍କ।ଯଦି ଗଡ଼କୁଜଙ୍ଗ ର ବିଶର ମହାନ୍ତି କଳାପାହାଡ଼ ,ଗଂଗାଘାଟରେ ଦାହ କରୁଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ରହ୍ମ କୁ ଉଦ୍ଧାର କରି,ମୃଦଙ୍ଗ ଭିତରେ ଗଡ଼କୁଜଙ୍ଗ ରେ ଗୁପ୍ତ ରେ ରଖିନଥାନ୍ତେ, ତେବେ ଆଜି ଶ୍ରୀମନ୍ଦିର ନଥାନ୍ତା କି,ଜଗନ୍ନାଥ ବିଶ୍ଵଦେଵତା ହୋଇପାରିନଥାନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି ଵିଶର ମହାନ୍ତି ସ୍ମୃତି ମହୋତ୍ସବ ରେ ଯୋଗ ଦେଇଥିବା ବକ୍ତାମାନେ। ବଡ଼ଦାଣ୍ଡ ଭକ୍ତ ସାଲବେଗ ପୀଠ ପରିସର ରେ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା, ଜଗନ୍ନାଥ ସେନା,ପୁରୀ ବିକାଶ ପରିଷଦ,ଅଭିନନ୍ଦନିକା, ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ଜଗତସିଂହପୁର, ମାଧବାନନ୍ଦ ଜିଉ ମନ୍ଦିର ଟ୍ରଷ୍ଟ ଓ ଶ୍ରୀମାଧବାନନ୍ଦଜୀ ବିକାଶ ପରିଷଦ ର ମିଳିତ ସହଯୋଗ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ତଥା ଗୀତିକାର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ଚକ୍ରଧର ମହାପାତ୍ର, ବରିଷ୍ଠ ଅଧିବକ୍ତା ପ୍ରିୟଦର୍ଶନ ପଟ୍ଟନାୟକ, ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ସରୋଜ କୁମାର ନାୟକ,ନୀରରାଣୀ ସାହୁ, ଡକ୍ଟର ଧୃତିଧର ଦାସ,ନ୍ୟାୟବ୍ରତ ରାଉତ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ,ମନୋଜ କୁମାର ସେଠୀ, ଡକ୍ଟର ଅରୁଣ କୁମାର ପାଣି, ଆଲୋକ ମହାନ୍ତି,ତପନ ସ୍ବାଇଁ,ଅନୀଲ ନାୟକ, ସୁଶାନ୍ତ ଦାସ ,ପ୍ରଦୀପ ସ୍ବାଇଁ, ଜୟରାମ ବାରିକ୍, ସତ୍ୟରଞ୍ଜନ ମହାପାତ୍ର, ସୁବାସ ପ୍ରଧାନ,ଅରୁଣ ବେହେରା,ବିକ୍ରମ ମହାନ୍ତି ପ୍ରମୁଖଙ୍କ ସମେତ ପୁରୀ, କୁଜଙ୍ଗ, ପାରାଦୀପ, ଗଡ଼କୁଜଙ୍ଗ ଓ ରାହାମା ର ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ। ଏଥିରେ ଭକ୍ତ ବିଶର ମହାନ୍ତି ଙ୍କ ସମ୍ମିନାର୍ଥେ, ସ୍ମାରକୀ କମିଟି ତରଫରୁ ଶ୍ରୀମନ୍ଦିରର ମାଜଣା ମଣ୍ଡପକୁ ମୃଦଙ୍ଗ ପ୍ରଦାନ, କଲିକତା ର ଗଙ୍ଗା ଘାଟ, କୁଜଙ୍ଗ ଓ ପୁରୀ ରେ ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା,ଏକ ରାଜ୍ୟସ୍ତରୀୟ ସେମିନାର, ପୁରୀ ର ଏକ ରାସ୍ତା କୁ ଭକ୍ତ ଵିଶର ମହାନ୍ତି ମାର୍ଗ, ମୃଦଙ୍ଗ ଶୋଭାଯାତ୍ରା ଓ ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଓଡ଼ିଶା ସରକାର, ପଶ୍ଚିମବଙ୍ଗ ସରକାର,ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପ୍ରଶାସନ ଓ କୁଜଙ୍ଗ ପ୍ରଶାସନ ସହ ଆଲୋଚନା କରାଯିବା ପାଇଁ କୁଜଙ୍ଗ ଠାରେ ଶେଷ ପ୍ରସ୍ତୃତି ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଧନ୍ୟବାଦ ଦେଇଥିଲେ ଶ୍ୟାମପ୍ରକାଶ ସେନାପତି।