ନୂଆଦିଲ୍ଲୀ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ର ଅନ୍ୟ ନେତାମାନଙ୍କ ସହିତ ଆଜି ବାଲିରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ‘‘ତମନ୍ ହୁଟାନ୍ ରାୟା ନଗୁରାହ ରାୟ’ ହେନ୍ତାଳ ବନ ପରିଦର୍ଶନ କରିଛନ୍ତି ଓ ସେଠାରେ ଗଛ ଲଗାଇଛନ୍ତି ।
ମ୍ୟାନଗ୍ରୁଭ୍ ବିଶ୍ୱ ସଂରକ୍ଷଣ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଭାରତ ଇଣ୍ଡୋନେସିଆର ଜି-୨୦ ଅଧ୍ୟକ୍ଷତା ଅନ୍ତର୍ଗତ ମ୍ୟାନଗ୍ରୁଭ୍ ଆଲାଏନ୍ସ ଫର୍ କ୍ଲାଇମେଟ୍ (ଏମଏସି), ଯାହାକି ଇଣ୍ଡୋନେସିଆ ଏବଂ ୟୁଏଇର ମିଳିତ ଉଦ୍ୟମ ଅଟେ, ରେ ସାମିଲ୍ ହୋଇଛନ୍ତି ।
ଭାରତରେ ୫୦୦୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ମ୍ୟାନଗ୍ରୁଭର ୫୦ ରୁ ଅଧିକ ପ୍ରଜାତି ଦେଖା ଯାଇଥାଏ । ଭାରତ ମ୍ୟାନଗ୍ରୁଭର ସଂରକ୍ଷଣ ଏବଂ ତାହାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛି ଯାହା ଜୈବ ବିବିଧତାର ସମୃଦ୍ଧ ସ୍ଥଳ ଅଟେ ଏବଂ ଫଳପ୍ରଦ କାର୍ବନ୍ ସିଙ୍କ ଭାବରେ କାର୍ଯ୍ୟ କରେ ।