ଝାରସୁଗୁଡା – ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଧାନ ସଂଗ୍ରହ ହୋଇପାରି ନାହିଁ । ନିବାର ଦିନ ଲଇକେରା ଠାରେ ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ଉପକେନ୍ଦ୍ର କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ ସାହୁ ଉଦଘାଟନ କରିଥିଲେ । ତେବେ ୟାର୍ଡ କୁ ଯାଇଥିବା ମିଲର୍ସ ମାନେ ପୂର୍ବ୍ ବର୍ଷ ଭଳି କଟନୀ ବାବଦରେ କୁଇଂଟାଲ ପ୍ରତି ଦୁଇ ରୁ ତିନି କିଲୋଗ୍ରାମ ଓଜନର ଧାନ କାଟି ସଂଗ୍ରହ କରିବା ପାଇଁ ମିଲର ମାନେ କହିବାରୁ ·ଷୀ ମାନେ ଧାନ ଦେବାକୁ ମନା କରି ଦେଇଥିଲେୟଫଳରେ ଉକ୍ତ ୟାର୍ଡ କୁ ଆସିଥିବା ୩୫୦ ବସ୍ତା ଧାନ ବିକ୍ରି ହୋଇ ନ ପାରିବାରୁ ଧାନ ଗୁଡିକ ଖୋଲା ଆ ।କାଶ ରେ ପଡି ରହିଛି । ·ଷୀମାନେ ସେମାନଙ୍କ ଧାନକୁ ଜଗି ରହିଛନ୍ତି ।
ସୂଚନା ଅନୁଯାୟୀ ଅଂଚଳ ର ୭ ଜଣ ·ଷୀ ଧାନ ବିକ୍ରି କରିବାକୁ ଆଣିଥିଲେ । ତେବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ରୁ ଏଭଳି ଅଚଳାବସ୍ଥା ଯୋଗୁଁ ·ଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ମିଲରସ ମାନଙ୍କ ମନୋମୁଖୀ ଯୋଗୁଁ ଧାନ ବିକ୍ରି ଆଜି ହୋଇ ପାରି ନ ଥିବା ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ·ଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ଅଛନ୍ତି । ଧାନ ସଂଗ୍ରହ ସ୍ଥାନରେ ଗ୍ରେଡର ମେସିନ ରଖି ଧାନର ମାନ ପରୀକ୍ଷା କରିବା, ପଡୋଶୀ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଭଳି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଧାନ ସଂଗ୍ରହ କରିବା ପାଇଁ ·ଷୀମାନେ ଦାବି କରିଛନ୍ତି ।