ମାଲକାନଗିରି, ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କର୍କରା ଓ ଜୟପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ ଆଜି ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହିତ ଉଚ୍ଚଶିକ୍ଷାର ଉଭୟ ଅଧିକାରୀ ମହାବିଦ୍ୟାଳୟର ପରିସର ତଥା ଶାନ୍ତ ବାତାବରଣରେ ସନ୍ତୋଷ ପ୍ରକାଶ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ଉଭୟ ଅଧିକାରୀ ଉଚ୍ଚଶିକ୍ଷାର ଅଭିଦାନର ସମସ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଥ୍ୟ ନିରୀକ୍ଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ମହାବିଦ୍ୟାଳୟ ରୁଷା କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଏବଂ ପ୍ରଶାସନିକ ଅଧିକାରୀ ଉମେଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରୁଷା ପାଣ୍ଠିରେ ନିର୍ମିତ ବିବିଧକୋଠା ତଥା କ୍ରୟ ସାମଗ୍ରୀ ତଥା ଯାନ୍ତ୍ରିକ ଉପକରଣ ଗୁଡିକ ନିରୀକ୍ଷଣ କରିଥିଲେ। ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଅଶୋକ କୁମାର ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଏବଂ ପ୍ରଶାସନିକ ଅଧିକାରୀ ଉମେଶ ଚନ୍ଦ୍ରଭାରତ ଉପସ୍ଥିତ ରହି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରୁଷା ପାଣ୍ଠିରେ ନିର୍ମିତ ବିବିଧକୋଠା ତଥା କ୍ରୟ ସାମଗ୍ରୀ ତଥା ଯାନ୍ତ୍ରୀକ ଉପକରଣର ନିରୀକ୍ଷଣ କରିଥିଲେ। ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ବକେୟା ରାଶି ତଥା ମହାବିଦ୍ୟାଳୟର ସୌନ୍ଦର୍ୟ୍ଯକରଣ ଏବଂ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ।