ବଲାଙ୍ଗୀର,ଆଜି ସକାଳେ ପ୍ରେରଣା କାର୍ଯ୍ୟାଳୟ ଠାରେ ରାଜ୍ୟ ସାମ୍ବାଦିକ ସଂଘ, ବଲାଙ୍ଗୀର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି ।ଏହି ଅବସରରେ ” ଦେଶ ଗଠନରେ ଗଣ ମାଧ୍ୟମର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଯୋଗଦେଇ ଦେଶ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସାପ୍ତାହିକ ଖବର କାଗଜ ପ୍ରେରଣାର ସମ୍ପାଦକ ରଘୁ ନନ୍ଦନ ସିଂ ଯୋଗଦେଇ ଗଣମାଧ୍ୟମର ଦାୟିତ୍ଵବୋଧ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶରତ ମହାକୁର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପ୍ରେସ କାଉନସିଲ ଗଠନ ସମ୍ବନ୍ଧରେ ସୂଚନା ଦେଇ ଜାତୀୟ ପ୍ରେସ ଦିବସ ସେହି ଦିନଠାରୁ ପାଳନ ହୋଇ ଆସୁଥିବା କହିଥିଲେ । ରାଜ୍ୟ ସାମ୍ବାଦିକ ସଂଘ ଓଡ଼ିଶାର ସମ୍ପାଦକ ମହେନ୍ଦ୍ର କୁମାର ଦର୍ଯିଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରାଜ କୁମାର ଦାଶ, ଜୟ ପ୍ରକାଶ ମଟାରି, ସତ୍ୟ ନାରାୟଣ ପଟେଲ, ମହେନ୍ଦ୍ର ପଧାନ, ନୀରୋଜ ମିଶ୍ର, ବାଳକୃଷ୍ଣ ଷଡ଼ଙ୍ଗୀ, ବିନୋଦ ଦୀପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାଚକ୍ରରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଯୁବ ସାମ୍ବାଦିକ ସନ୍ତୋଷ ଠାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ ।