ଭୁବନେଶ୍ବର,ଫାଇଭ ଟି ସଚିବ ଭିକେ ପଣ୍ଡିଆନ୍ କ୍ୟାପିଟାଲ ହସ୍ପିଟାଲରେ ପହଂଚି ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି ।
ଏହି ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନୀ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ ।