ଭୁବନେଶ୍ୱର, ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବାସଭବନ ଘେରାଉ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତିକୁ ଉଚ୍ଛେଦ ନିୟମ କେବଳ ୨୦୧୬ ମସିହାଠାରୁ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ କରିଥିବା ବେଳେ ୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ସଂଘର କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।
ତେଣୁ ୨୦୧୩ କଣ୍ଟ୍ରାକଚୁଆଲ ନିୟମରେ ଯେଉଁ ଶିକ୍ଷକମାନେ ଆସୁଛନ୍ତି ସରକାର ତୁରନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଯଦି ସରକାର ସମସ୍ତ ଠିକା ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀଙ୍କ ପାଇଁ ସମାନ ନିୟମ ଲାଗୁ ନ କରନ୍ତି ତେବେ ପାଠପଢା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ମାଟ୍ରିକ ପରୀକ୍ଷା ବି ବର୍ଜନ କରାଯିବ ବୋଲି ଶିକ୍ଷକମାନେ ଧମକ ଦେଇଛନ୍ତି |