
୨୦୨୪ ଶେଷ ସୁଧ୍ୟା ଭାରତ ହେବ ଯକ୍ଷ୍ମାମୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସାକାର କରିବା ପାଇଁ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ସମିତି (ଯକ୍ଷ୍ମା) ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ, ନିକ୍ଷୟ ମିତ୍ର ଅଭିଯାନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ଉଦଘାଟନ କରିଛନ୍ତି। ପୁରୀ ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟ ରେ ଆଜି ୧୦ଜଣ ରୋଗୀଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଡାକ୍ତର ପ୍ରଣବ ଶଂକର ଦାଶ, ଡାକ୍ତର ବିରଜା ରଥ, ଡାକ୍ତର ନିମାଇଁ ଚରଣ ଜେନା, ଡାକ୍ତର ସୁଦର୍ଶନ ପୋଥାଳ, ଡାକ୍ତର ଲଲାଟେନ୍ଦୁ ମିଶ୍ର,ଟିଏନ୍ ରାଓ, ଦୈତାରୀ ପଟନାୟକ, ସଦସ୍ୟ ବଦ୍ରି ମିଶ୍ର,ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ବିଭାଗ ର ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ରୋଟାରୀ କ୍ଲବ ର କର୍ମକର୍ତ୍ତା ଓ ହୋଟେଲିୟର ଦେବାଶିଷ କୁମାରଙ୍କ ପକ୍ଷରୁ ପ୍ରଥମ ଦଫାରେ ଏହି ସହଯୋଗ ପ୍ରଦାନ କରାଯାଇଥିଲା।