କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବର୍ଷୀୟାନ ଛାମୁ ଖୁଣ୍ଟିଆ ସେବାୟତ, ଖ୍ୟାତି ସମ୍ପନ୍ନ ଲେଖକ, ଶିକ୍ଷାବିତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୋମନାଥ ଖୁଣ୍ଟିଆଙ୍କ ପରଲୋକରେ ଏକ ସ୍ମୃତିଚାରଣ ସଭା ଶ୍ରୀଲୋକନାଥ ରୋଡ଼ ଗିରନାରୀ ବନ୍ତ ସ୍ଥିତ ପ୍ରଶାନ୍ତି ଇଣ୍ଟରନ୍ୟାସିନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଡକ୍ଟର ଭାସ୍କର ମିଶ୍ର, ଚକ୍ରଧର ମହାପାତ୍ର, ଜଗନ୍ନାଥ ପଟ୍ଟଯୋଶୀ, ଭବାନୀ ଦାସ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ମଧୁସୂଦନ ସିଂହାରୀ, ବିଶ୍ୱନାଥ ସାମନ୍ତରାୟ, ପୁରୁଷୋତ୍ତମ ସାମନ୍ତରାୟ, ଭାନୁ ମିଶ୍ର, ଅକ୍ଷୟ ମହାନ୍ତି ପ୍ରମୁଖ ଦିବଗନ୍ତ ଶ୍ରୀଖୁଣ୍ଟିଆ ଜୀବନି ଓ ଗୁଣାବଳୀ ଉପରେ ସ୍ମୃତି ଚାରଣ କରି ସେ ସେବାୟତ କୂଳର ଅସ୍ମିତା ଓ ଛାତ୍ର ବତ୍ସଳ ପ୍ରଧାନ ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ |ଏହି ଅବସରରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ପ୍ରକାଶିତ ସ୍ମରଣିକା “ସେବକ ଦର୍ପଣ ଥିଲେ ଆପଣ “ଉନ୍ମୋଚିତ ହୋଇଥିଲା |ବାଦ୍ୟଶିଳ୍ପୀ ସତ୍ୟନାରାୟଣ ଗୁରୁ, ଅନିଲ ଦାସ, ହରିଶ୍ଚନ୍ଦ୍ର ଦାସ, ବୃନ୍ଦାବନ ସାହୁ ଓ ଦେବାଶିଷ ଦାସ ପ୍ରମୁଖ ବାଦ୍ୟ ସଙ୍ଗୀତ ବିଚିତ୍ରା ପରିବେଷଣ କରିଥିଲେ |ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ |ପୁତ୍ର ଶମ୍ଭୁନାଥ ଖୁଣ୍ଟିଆ ଓ ଜଗନ୍ନାଥ ଖୁଣ୍ଟିଆ ପରିଚାଳନା କରିଥିଲେ |ଏଥିରେ ବହୁ ବୁଦ୍ଧିଜୀବୀ ଓ ସେବାୟତ ଯୋଗ ଦେଇଥିଲେ |
Related Stories
November 23, 2024