ଘସିପୁରା,୩ ବର୍ଷ ହେଲା ଜଣେ ବୃଦ୍ଧ ଭତ୍ତା ପାଇଁ ଦରଖାସ୍ତ କରି ଭତା ନପାଇ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏଥି ସହିତ ସରକାରଙ୍କ ଦ୍ଭତ୍ତା ଯୋଜନା ବାଟବଣା ହୋଇଥିବା ଓ ଏହା ଏକ ଭେଳିକି ବୋଲି ଅଭିଯୋଗ ଆଣିଛନ୍ତି ବୃଦ୍ଧ ଜଣକ।
କେନ୍ଦୁଝର ଜିଲା ଘସିପୁରା ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ନୂଆଗାଁର ମହେଶ୍ଵର ମଳିକ (୬୫) ଦୀର୍ଘ ଦୁଇ ବର୍ଷ ହେଲା ଭତା ପାଇଁ ଦରଖାସ୍ତ କରି ଆସୁଥିବାବେଳ ଏଯାଏ ଭତା ପାଇପାରିନଥିବା ପ୍ରକାଶ କରିଛନ୍ତି । ଭତା ପାଇଁ ବହୁବାର ପଂଚାୟତକୁ ଯାଇଥିଲେ ସୁଧା ତାଙ୍କୁ ଭତ୍ତା ମିଳି ପାରୁନାହିଁ, କେତେବେଳେ ଦରଖାସ୍ତ ବ୍ଲକକୁ ଯାଇଛି ବୋଲି କହି ବିଦାକରି ଦେଉଛନ୍ତି ତ କେତେବେଳେ ପଂଚାୟତରୁ ଦରଖାସ୍ତ ଆସିନାହିଁ ବୋଲି ବ୍ଲକରେ କହୁଛନ୍ତି। ଏନେଇ ବିଚରା ମହେଶ୍ଵର ଭତାପାଇଁ ପଂଚାୟତରୁ ବ୍ଲକ ଓ ବ୍ଲକରୁ ପଂଚାୟତକୁ ବାରମ୍ବାର ଧାଇଁଥିବା କହିଛନ୍ତି, ହେଲେ ସରକାରଙ୍କ କାନରେ ଏ ଗରିବର ଡାକ ବାଜିନ ଥିବା ଜଣାପଡ଼ିଛି। ସରକାରୀ ସହାୟତା ଏଠି ସବୁ ବାଟମାରଣା ହେଉଛି ଏବଂ ସରକାର ଏହି ଭତା ଯୋଜନା ବୃଦ୍ଧ ବୃଦ୍ଧାଙ୍କ ପାଇଁ କେଵଳ ଭେଳିକି ବୋଲି ଦୁଃଖର ସହ ମହେଶ୍ଵର ପ୍ରକାଶ କରିଛନ୍ତି। ପ୍ରଶାସନିକ ବାବୁ ଓ ଦାୟୀତ୍ଵରେ ଥିବା ଅଧିକାରୀ ମାନେ ଜାଣି ଶୁଣି ଭତ୍ତା ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି ।
ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ଅନଲାଇନରେ ଭତ୍ତା ପଠା ଯାଉଛି ତେବେ ହିତାଧୀକାରୀ ଭତା ପାଉନାହାନ୍ତି କାହିଁକି। ଯୋଜନା ପ୍ରକୃତରେ କାହା ପାଇଁ, ପ୍ରଶାସନର ଅବହେଳା ହେଉ ଅବା ରାଜନୀତିର ପାତର ଅନ୍ତର ନୀତିରେ ଏହିଭଳି ସରକାରଙ୍କ ଭତା ଯୋଜନାରୁ ବାଦ ପଡୁଛନ୍ତି ଅନେକ ବାସ୍ତବ ହିତାଧୀକାରୀ। ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ସମସ୍ୟା ସମାଧାନ କରି ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ସହାୟତା କରିବା ପାଇଁ ସାଧାରଣରେ ଦାବୀ ହୋଇଛି।