ପାରାଦୀପ, ପାରାଦୀପ ସମୁଦ୍ରରେ ୪ଟି ରାଜ୍ୟର ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆଜିଠୁ ଆରମ୍ଭ ହୋଇଛି । ଏହି ମିଳିତ ସମରାଭ୍ୟାସରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ୍ ହୋଇଛନ୍ତି । ନୌସେନା, ଓଡ଼ିଶା ପୋଲିସ, କଷ୍ଟମ ବିଭାଗ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର ମେରାଇନ ବିଭାଗ, ଅଗ୍ନିଶମ ବିଭାଗକୁ ନେଇ ଏହି ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଏହି ସମରାଭ୍ୟାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ସାମିଲ୍ ହୋଇଛନ୍ତି । ଜଳପଥରେ ବାହ୍ୟଶତୃର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ କରିବା ଏହି ମିଳିତ ସମରାଭ୍ୟାସର ମୂଳ ଲକ୍ଷ୍ୟ ।
Related Stories
November 22, 2024