ବଲାଙ୍ଗିର,ଗତବର୍ଷ ମରୁଡ଼ିର ମାଡରେ ଚାଷୀମାନେ ତଳିତଳାନ୍ତ ହୋଇଥିଲା ବେଳେ ସରକାରୀ ସହାୟତା ରାଶି ପ୍ରଦାନ ଓ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଗତକାଲି ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ଏହି ଦାବି ମଧ୍ୟରେ ବଲାଙ୍ଗିର ଜିଲ୍ଲାକୁ ମରୁଡି ଘୋଷଣା, ଗରିବଙ୍କୁ ବିଜୁ ପକ୍କା ଘର ପ୍ରଦାନ, ଚାଷୀଙ୍କୁ ୫୦୦୦ ଟଙ୍କା କୃଷକ ଭତ୍ତା ପ୍ରଦାନ, ଦିନ ମଜୁରିଆଙ୍କୁ ଲେବର କାର୍ଡ ପ୍ରଦାନ, ପ୍ରତି ଘରକୁ ପିଇବା ପାଣି ଯୋଗାଣ, ଚାଷୀଙ୍କୁ ଜମି ସଜଡା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରାଯାଉ, କରୋନା ମୃତ ପରିବାରକୁ ୫ ଲକ୍ଷ ସହାୟତା ରାଶି ପ୍ରଦାନ, ପ୍ରତି ଗ୍ରାମରେ ପୋଖରୀ ଖୋଳାଯାଉ, ଦେଓଗାଁ ଚିନିକଳ ପୁନଃ ଉଦ୍ଧାର, ଧାନର କଟନୀ ଛଟନୀ ବନ୍ଦ କରି ଧାନମଣ୍ଡି ଖୋଲାଯାଉ, ସହର ମଧ୍ୟରେ ଥିବା ଗରିବ ଖଟିଖିଆଙ୍କୁ ଉଛେଦ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ରାକେଶ ବଗର୍ତ୍ତୀ, ନକୁଳ ସାହୁ, କପିଲ କୁମ୍ଭାର, ଦୈତାରୀ ସାହୁ ଅଜିତ ରଣା ପ୍ରମୂଖ ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଲମ୍ବୋଧର ଧରୁଆଙ୍କୁ ଜିଲାପାଳ ଅନୁପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।