 
                ବଲାଙ୍ଗିର,ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ସ୍ଥିତ ୭ ମାଇଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ମେଡ଼ିକାଲରେ ଭର୍ତି କରାଯାଇଛି। ସେମାନେ ହେଲେ ଅନୁଗୁଳ ଜିଲ୍ଲା ଜମୁନାନିର କୁଳମଣି ସେଠ ଓ ହେଲପର ଶୁଭମ ମୁଣ୍ଡା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସେମାନେ ଏକ କୋଇଲା ବୋଝେଇ ଟ୍ରକ ନେଇ ତାଳଚେରରୁ ଲାଞ୍ଜିଗଡ଼ ଅଭିମୁଖେ ବାହାରିଥିଲେ। ସାତମାଇଲ ଛକ ନିକଟରେ ପହଁଚିଲା ବେଳେ ନିଦରେ ଡ୍ରାଇଭରର ଆଖି ଲାଗି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଡ୍ରାଇଭରର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହେଲପର ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

 
                    







