ଭୁବନେଶ୍ଵର, ରାଜ୍ୟରେ ରାତ୍ରି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏବଂ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବା ରେକର୍ଡ଼ ହୋଇଛି । ସେହିପରି ରାଜ୍ୟର ୨୦ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି । ଜି.ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଗତକାଲି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ୭.୨ ଡ଼ିଗ୍ରୀ, କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ୯.୦ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୧୦.୫ ଡ଼ିଗ୍ରୀ, କୋରାପୁଟରେ ୧୧.୦ ଡ଼ିଗ୍ରୀ ଏବଂ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ୧୧.୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ଦେବଗଡ଼ରେ ୧୩.୦, ହୀରାକୁଦରେ ୧୩.୩, ବୌଦ୍ଧରେ ୧୩.୫, ଭଦ୍ରକ ରାଣୀତାଲରେ ୧୩.୫, ସୁନ୍ଦରଗଡ଼ରେ ୧୪.୦, ଅନୁଗୁଳରେ ୧୪.୦, ଢ଼େଙ୍କାନାଳ ଜିଲ୍ଲା ମହିଷାଫାଟରେ ୧୪.୫, ନୟାଗଡ଼ରେ ୧୪.୫, ସୋନପୁରରେ ୧୪.୬ ଏବଂ ସମ୍ବଲପୁରରେ ୧୪.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଏହା ବ୍ଯତୀତ ଟ୍ଵିନ୍ ସିଟି ଭୁବନେଶ୍ଵର ଓ କଟକରେ ରାତ୍ରି ତାପମାତ୍ରା ଯଥାକ୍ରମେ ୧୬ ଡ଼ିଗ୍ରୀ ଓ ୧୬.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନ ହେବନାହିଁ ଏବଂ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।