
ଭୁବନେଶ୍ଵର, ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୨.୦ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦.୫ ଡ଼ିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ଵରରେ ସର୍ବୋଚ୍ଚ ତାପମାତ୍ରା ୩୦.୦ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି କଟକରେ ସର୍ବୋଚ୍ଚ ତାପମାତ୍ରା ୨୯.୪ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୬.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।