
ଭୁବନେଶ୍ୱର,ଅର୍ଜୁନ ପୁରସ୍କାର ପାଇଁ ଚୟନ ହେବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସ ଏକ୍କାଙ୍କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ –ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଦସ୍ୟ ତଥା ଓଡିଶାର ଖେଳାଳୀ ଦୀପଗ୍ରେସ ଏକ୍କା ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ । ଆଗାମୀ ଦିନରେ ସେ ତାଙ୍କର ଉତ୍ତମ ଖେଳ ପ୍ରଦର୍ଶନକରି ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି କାମନା କରୁଛି ।