
ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – କ୍ରାନ୍ତିବୀର ସ୍ଵାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ତଥା ଏହି ମହାନ ସ୍ୱତନ୍ତ୍ରତା ସେନାନୀଙ୍କ ସାହସ ଏବଂ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଦେଶର ସ୍ବାଧୀନତା ସହ ଆଦିବାସୀଙ୍କ ଅଧିକାରର ସୁରକ୍ଷା ଦିଗରେ ତାଙ୍କ ଅବଦାନ ଚିରସ୍ମରଣୀୟ।