
ରାଉରକେଲା,ରାଉରକେଲା ପୁଲିସି ଜିଲ୍ଲା ରେ ଗତକାଲି ଠାରୁ ।ାରମ୍ଭ ହୋଇଛି ରାଜରାସ୍ତାରୁ ଟଙ୍କା ବ୍ୟାଗ ଲୁଟ ସିଜିନ,ଗତ କାଲି ଜଣେ ମଦବ୍ୟବସାୟୀଙ୍କ କର୍ମଚାରୀ ଙ୍କ ଠାରୁ ରିଂ ରୋଡରୁ ବନ୍ଧୁକ ଲଗାଇ ୧୫ଲକ୍ଷ ଲୁଟ ହେବା ପରେ ସେହି ରିଂ ରୋଡ ଆରଏସପି ଗେଟ ସମ୍ମୂଖ ରାସ୍ତାରୁ ଏକ କାରଖାନା କର୍ମଚାରୀଙ୍କ ଠରୁ ୫ଲକ୍ଷଟଙ୍କା ଲୁଟ ହୋଇଛି । ଲୁଟର ଶୀକାର ହୋଇଥିବା ବ୍ୟକ୍ତି ହେଲେ ପ୍ରଦୀପ ଚେଲେ , ସେ କଲୁଙ୍ଗା ଅଂଚଳର ଏକ କାରଖାନାରେ କାମ କରନ୍ତି । ଆଜି ସକାଳୁ ସହରର ଏଚଡିଏଫସି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ପୁରାଇ ସେ ତାଙ୍କ କାରଖାନା କୁ ଯାଉଥିବା ବେଳେ ହଠାତ ୨ଜଣ ଯୁବକ ଏକ ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ଟଙ୍କା ବ୍ୟାଗକୁ ଛଡାଇ ନେଇ ଚାଲିଯାଇଥିଲେ । ସେ ଏନେଇ ପୁଲିସିକୁ ଖବର ଦେବା ପରେ ପୁଲିସି ତାର ଯାଂଚ ଆରମ୍ଭ କରିଛି । ଏଭଳି ଲୁଟ ସିଜିନ କୁ ନେଇ ସହରରେ ଲୋକେ ବ୍ୟବସାୟୀ ଚିନ୍ତାରେ ପଡିଯାଇଥିବା ବେଳେ ମାତ୍ର ୨୪ ଘଂଟା ଭିତରେ ପୁଣି ସେହି ରିଂ ରୋଡରୁ ଲୁଟ ହେବା ଓ ସମାନ ଢଙ୍ଗରେ ଲୁଟ ହେଉଥିବା ଅଂଚଳ ତଥା ପ୍ଲାଟଂସାଇଟ ଥାନାରୁ ଅଳ୍ପ ଦୁରରେ । ଏଭଳି ଘଟଣାକୁ ରୋକିବା ନେଇ ପୁଲିସି ସେ ଅଂଚଳରେ ସଜାଗ ନରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ସମାନ ଢଙ୍ଗରେ ୨ଟି ଲୁଟକୁ ନେଇ ପୁରାତନ ଅଫିସର ମାନେ କହିବା କଥା ନିଶ୍ଚୟ ରାଜ୍ୟ ବାହାରର ଲୁଟେରା ଦଳ ସହରକୁ ପସିଛନ୍ତି ଓ ନିଜ ପ୍ଲାନ କୁ ସାକାର କରିଚାଲିଛନ୍ତି । ଅତିତରେ ଏହି ଭଳି ବାରମ୍ବାର ରାସ୍ତା ରେ ଲୁଟ ପରେ ବ୍ୟାଙ୍କ ଲୁଟ ଭଳି ଘଟଣା ମାନ ସହରରେ ଘଟିଛି,ତେଣୁ ପୁଲିସି ତାର ଗୁଇନ୍ଦା ବିଭାଗକୁ ସକ୍ରୀୟ କରିବା ସହ ବ୍ୟାଙ୍କ ଓ ମୁଖ୍ୟ ରାସ୍ତା ଅଂଚଳରେ ପେଟ୍ରୋଲିଂକୁ ଅଧିକ ସୁଦୃଢ କରିବାର ଆବଶ୍ୟକତା ରହିଛି ।