ଭୁବନେଶ୍ୱର – ନୂଆଦିଲ୍ଲୀର ଗାର୍ଗି ଫାଉଣ୍ଡେସନ ତରଫରୁ ଓଡ଼ିଶାର ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟଭାମାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପ୍ରଦୂଷଣ ଦୂରୀକରଣ ଦିବସ ଉପଲକ୍ଷେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସମ୍ବନ୍ଧୀୟ କୁଇଜ୍ ଓ ଡ୍ରଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ବେହେରା ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ବସନ୍ତରାୟ, ପ୍ରକୃତିମିତ୍ର ଦୀନବନ୍ଧୁ ଭୋଇ ସୁଚାରୁ ରୂପେ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗାର୍ଗି ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ କ୍ଷୀତିଶ ଚନ୍ଦ୍ର ବେଦାନ୍ତ, ପ୍ରକଳ୍ପ ପରିଚାଳକ ଶ୍ରୀ ସଞ୍ଜୀବ କୁମାର ଦାଶ ଓ ଶ୍ରୀ ଶିବ ପ୍ର୍ରସାଦ ଖଟୁଆ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି, ବିଶିଷ୍ଟ ସମାଜସେବୀ ତଥା ଭୁବନେଶ୍ୱର ପୁସ୍ତକମେଳାର ସମ୍ପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ ଉପସ୍ଥିତ ରହି ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ପରିବେଶ ସଂକ୍ରାନ୍ତୀୟ କୁଇଜ୍ ଓ ଡ୍ରଇଁ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଡଃ ଢାଲି ପରିବେଶ ସଂକ୍ରାନ୍ତୀୟ ବହୁ ସାରଗର୍ଭକ ଭାଷଣମାନ ବିସ୍ତୃତ ଭାବେ ପ୍ରଦାନ କରିଥିଲେ । ଅଧ୍ୟକ୍ଷ କ୍ଷୀତିଶ ବେଦାନ୍ତ ଦିଲ୍ଳୀରେ କିଭଳି ବ୍ୟାପକ ପ୍ରଦୂଷଣ ହେଉଛି ତାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରକଳ୍ପ ପରିଚାଳକ ଶ୍ରୀ ସଞ୍ଜୀବ କୁମାର ଦାଶ ପରିବେଶ ନିୟନ୍ତ୍ରଣ ବିଭିନ୍ନ ନିରାକରଣ ଉପାଦେୟ ତଥ୍ୟ ବର୍ଣ୍ଣନା କରିଥିଲେ ।
Related Stories
January 6, 2025