
ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ପକ୍ଷରୁ ବେଙ୍ଗଲୁରରେ ନଭେମ୍ୱର ୧୦ରୁ ୧୩ତାରିଖ ପର୍ଯ୍ଯନ୍ତ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଭାରତ ବର୍ଷର ୨୮ ଟି ପ୍ରଦେଶ ଓ ୧୨୦ ବିଶ୍ବବିଦ୍ୟାଳୟରୁ ୪୧୧୯ ଜଣ ଶିକ୍ଷକ ପ୍ରତିନିଧି ସମ୍ମିଳନୀରେ ଯୋଗଦାନ କରିଥିଲେ। ଏହି ସମ୍ମିଳନୀକୁ ଧ୍ବଜା-ଉତ୍ତୋଳନ ପୂର୍ବକ ଉଦ୍ଘାଟନ କରିଥିଲେ ଅଧ୍ଯକ୍ଷ ଜଗଦୀଶ ପ୍ରସାଦ ସିଂଗଲ।୧୧ ଟି ସତ୍ରରେ ଅନୁଷ୍ଠିତ ସମ୍ମିଳନୀର ବିଭିନ୍ନ ସତ୍ରରେ ପ୍ରୋ, ରାମକୃଷ୍ଣ ରାଓ, ଅନିରୁଦ୍ଧ ଦେଶପାଣ୍ଡେ,କେ ଆର୍ ନରହରି, ପ୍ରୋ, ଗୋମତୀ ଦେବୀ, ମହେନ୍ଦ୍ର କପୂର, ବାଲ କୃଷ୍ଣ ଭଟ୍ଟ, ସହ ସଂଗଠନ ମନ୍ତ୍ରୀ ଜି.ଲକ୍ଷ୍ମଣ,ମହାମନ୍ତ୍ରୀ ଶିବାନନ୍ଦ ସିନ୍ଦନକେରା ପ୍ରମୁଖ ଯୋଗଦେଇ ଶିକ୍ଷକ ସମାଜର ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରି ଦାବୀ ପତ୍ର ପ୍ରସ୍ତୁତ କରିବା ସହିତ କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କୁ ପ୍ରେରଣ କରିବାପାଇଁ ସ୍ଥରକରିଥିଲେ ।ନୂତନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ଯାନ୍ବୟନ କରାଇବାକୁ ସମସ୍ତ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ।ଦେଶର ୩ ଜଣ ବିଶିଷ୍ଟ ବିଦ୍ବାନ୍ ପ୍ରୋ.ଚାନ୍ଦକିରଣ ସାଲୁଜା, ସୁଶ୍ରୀ ଭାରତୀ ଠାକୁର,ଡ: ଏମ୍ .କେ. ଶ୍ରୀଧରନ୍ ଙ୍କୁ ,ରୌପ୍ଯପଦକ ଓ ଏକଲକ୍ଷ ଟଙ୍କା ସହିତ ମହାସଂଘଦ୍ବାରା ପ୍ରତିବର୍ଷ ଦିଆଯାଉଥିବା ଶିକ୍ଷାଭୂଷଣ ସମ୍ମାନରେ ବିଭୂଷିତ କରାଯାଇଥିଲା । ଉଦ୍ ଯାପନ ଉତ୍ସବରେ ମୁଖ୍ୟଅତିଥି ରୂପେ କର୍ଣ୍ଣାଟକର ପୂର୍ବତନ ମୁଖ୍ଯମନ୍ତ୍ରୀ ମାନନୀୟ ପି,ଏସ୍ ୟେଦୁରପା, କୁଳପତି ଶ୍ରୀମାନ୍ ନିରଂଜନ ଠାକୁର ଏବଂ ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଅଖିଳ ଭାରତୀୟ ସହ ସରକାର୍ଯ୍ଯବାହ ଯୋଗଦେଇ ମାର୍ଗପ୍ରଦର୍ଶନ କରିଥିଲେ । ଓଡିଶାର ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତରଫରୁ ୩୪ଜଣ ସଦସ୍ଯ ମାର୍ଗଦର୍ଶକ ଡ: ନାରାୟଣ ମହାନ୍ତିଙ୍କ ନେତୃତ୍ବରେ ଯୋଗ ଦେଇଥିଲେ । ଉଚ୍ଚଶିକ୍ଷା ସମ୍ବର୍ଗ ଓଡିଶା ମୁଖ୍ଯ ଡ: ପବିତ୍ର କୁମାର ରଥ, ମାଧ୍ଯମିକ ସମ୍ବର୍ଗରୁ ପ୍ରାନ୍ତ ଅଧ୍ଯକ୍ଷ ନିଲୁରାମ ଜେନା, ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପାଢୀ, ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ, ଅନାଦି ଶ୍ରୀଚନ୍ଦନ ଏବଂ ବରିଷ୍ଠ କାର୍ଯ୍ଯକର୍ତ୍ତା ସୁଧାକର ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ,ରାଜ୍ଯ ମିଡିଆ ପ୍ରମୁଖ ଅଞ୍ଜନ କୁମାର ଜେନା,ଦୀନବନ୍ଧୁ ସ୍ବାଇଁ ଅଭିମନ୍ୟୁ ନାୟକ,ଏସ୍ ବିଶ୍ଵନାଥ,ଜ୍ୟୋତ୍ସ୍ନା ପାତ୍ର ପ୍ରମୁଖ ଯୋଗ ଦେଇ ରାଜ୍ଯରେ ମହାସଂଘର କାର୍ଯ୍ଯକ୍ରମକୁ ତ୍ବରାନ୍ବିତ କରାଇବାକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।