କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଵଚ୍ଛତା ରକ୍ଷା ଦ୍ଵାରା ନିଜ ବୃତ୍ତିକୁ ସୁରକ୍ଷିତ କରିପାରିବା l ବଡଦାଣ୍ଡ ସଫେଇରେ ମାସକୁ 40 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି l ତେଣୁ ବଡ ଦlଣ୍ଡର ବ୍ୟବହାରିକ ପରିଚାଳନା ହେବା ଦରକାର l ଖାଦ୍ୟ ବିକାଳି ମାନଙ୍କର ଏଥିପାଇଁ ଗୁରୁଦାୟିତ୍ଵ ରହିଛି lଖାଦ୍ୟର ମlନ ସଠିକ ରଖିବl ଓ ପରିମଳ ପ୍ରତି ଯତ୍ନଶୀଳ ହେବା କୁ ପୁରୀ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସରୋଜ ସ୍ଵାଇଁ କହିଛନ୍ତି l ସ୍ଥାନୀୟ ପୁରୀ ସେବା ସଦନ ଠାରେ ସର୍ବ ଭାରତୀୟ ରାସ୍ତା ପାର୍ଶ୍ଵ ଉଠା ଦୋକାନୀ ମହାସଂଘ (ନାସଭି) ପକ୍ଷରୁ ସୁରକ୍ଷିତ ଖାଦ୍ୟ ପରିବେଷଣ ଉପରେ ତାଲିମ ଶିବିର ର ଆୟୋଜନ କରାଯାଇଥିଲା l ଉଦ଼୍ଘାଟକ ଭାବେ ଶ୍ରୀ ସ୍ୱାଇଁ ଯୋଗଦେଇ ପୁଣି କହିଲେ ପୁରୀ ବଡ ଦlଣ୍ଡର ଉନ୍ନତି କରାଯିବ l ଯେଉଁମାନେ ବାସ୍ତବିକ୍ ଦୋକାନୀ ସେମାନେ ଥଇଥାନ ହେବେ କିନ୍ତୁ ପ୍ରକୃତ ଉଠାଦୋକାନୀ ଙ୍କୁ ଉଚ୍ଛେଦ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାସଂଘ ରାଜ୍ଯ ସଭାପତି ସାମ୍ବାଦିକ ମହେଶ୍ବର ବଳ ସଭାପତିତ୍ୱ କରିଥିଲେ l ଅନ୍ୟ ଅତିଥି ଭାବେ ସଶକ୍ତି ଜାଗରଣ ମଞ୍ଚର ଶରତ ଜୟ ସିଂହ, ସିଦ୍ଧ ଡେଭଲପମେଣ୍ଟ୍ ରିସର୍ଚ ଆଣ୍ଡ କନସଲଟାନ୍ସି ର ନିର୍ଦେଶକ ଡଃ ରତ୍ନାକର ପାଣିଗ୍ରାହୀ ଓ ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ପ୍ରମୁଖ ଉଦବୋଧନ ଦେଇ ରାସ୍ତା ପାର୍ଶ୍ଵ ଖାଦ୍ୟ ବିକାଳି ଙ୍କର ଥିବା ଗୁରୁ ଦାୟୀତ୍ଵ ସମ୍ପର୍କରେ ବୁଝାଇଥିଲେ l ପ୍ରାରମ୍ଭରେ ନାସଭି ଟ୍ରେନିଂ ସଂଯୋଜକ ରାଜୀବ କୁମାର ସ୍ଵାଗତ ଭାଷଣ ଦେଇଥିବା ବେଳେ ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ର ସଭାପତି କୁମର ବର ସାହୁ ଧନ୍ୟବାଦ ଦେଇଥିଲେ l ଭାସ୍କର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଏହି ତାଲିମ ଶିବିର ଅନୁଷ୍ଠିତ ହେବ l ଶେଷଦିନ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି |
Related Stories
November 25, 2024