ERIS Life sciences LTD ଏବଂ ଜଗନ୍ନାଥ ହାର୍ଟ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଡାକ୍ତର ଅଶୋକ କୁମାର ପରିଡାଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି |ଏହି ପଦଯାତ୍ରା ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା |ଏହି ସଭାରେ ଡାକ୍ତର ଗୋପାଳ ପତି, ଡାକ୍ତର ଗିରିଶ ବେହେରା, ଡାକ୍ତର ସାନ୍ତନୁ ବେଜ, ପୁରୀ ଜିଲ୍ଲା ହାବିଲଦାର ଏବଂ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ ମଧୁମେହ ଜନିତ ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ ଏବଂ ଏଥିରୁ କିପରି ରକ୍ଷା ମିଳିବ ସେଥିଲାଗି ଉପଦେଶ ମଧ୍ୟ ଦେଇଥିଲେ |ସଭାକାର୍ଯ୍ୟରେ ଶକ୍ତି ନାୟକ, ହରେଶ ମିଶ୍ର, ସମରେନ୍ଦୁ ମହାନ୍ତି ଏବଂ କାବା ମହାପାତ୍ର ପ୍ରମୁଖ ସମାଜସେବକ ଉପସ୍ଥିତ ରହିଥିଲେ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ରହିଥିବା ବ୍ୟକ୍ତିତ୍ୱଙ୍କୁ ସଂମ୍ମାନିତ କରିଥିଲେ |ମଧୁମେହ ରୋଗକୁ ପୁରୀ ଜିଲ୍ଲାରେ କିଭଳି ନିୟନ୍ତ୍ରଣ କରାଯିବ ସେଥିଲାଗି ଅନୁଷ୍ଠାନର ସଚେତକ ମଧୁସୂଦନ ମିଶ୍ର କାର୍ଯ୍ୟଶୈଳୀ ଉପସ୍ଥାପନ କରିଥିଲେ |ସଭାକାର୍ଯ୍ୟକୁ ERIS Life sciences ର ରାଜ୍ୟ ପ୍ରବନ୍ଧକ ଏବଂ ମାନସ ନାୟକ ପରିଚାଳନା କରିଥିଲେ |
Related Stories
November 25, 2024