କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ବ୍ରହ୍ମଗିରି ଢ଼ାବା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀ ରେ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକରୁ ସମସ୍ତ ପଞ୍ଚାୟତ ରୁ ଆମ ଆଦମୀ ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ଆମ ଆଦମୀ ପାର୍ଟି ର ବ୍ରହ୍ମଗିରି ବ୍ଲକ ସଭାପତି ଯୁଧିଷ୍ଠିର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଆମ ଆଦମୀ ପାର୍ଟି ର ରାଜ୍ୟ ଛାତ୍ର ନେତୃତ୍ୱ ତଥା ପୁରୀ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ, ପୁରୀ ଜିଲ୍ଲା ର ମହିଳା ମୋର୍ଚ୍ଚା ସଭନେତ୍ରୀ ଶ୍ରୀମତୀ ତପସ୍ୱିନୀ ଜଗଦେବ, ଆମ ଆଦମୀ ପାର୍ଟି ର ରାଜ୍ୟସ୍ତରୀୟ ନେତୃତ୍ୱ ଶ୍ରୀଯୁକ୍ତ ଟୁନା ସ୍ୱାଇଁ, ମହିଳା ବ୍ଲକ ସଭାପତି ରିତାଞ୍ଜଳୀ ପ୍ରଧାନ, ବ୍ଲକ ମହିଳା ସମ୍ପାଦିକା ଉମାରାଣୀ ଦଳାଇ, ସମସ୍ତ ଜୋନ ର ଯୁବ ସଭାପତି ଅଜିତ ବାରିକ, ଶୋଭନ ବାରିକ, ମାନସ ପ୍ରଧାନ, ମନୋଜ ବିଶ୍ୱାଳ ଙ୍କ ସମେତ ପୁରୀ ପୌରପାଳିକା ର ଜୋନ ନଂ 2 ର ଯୁବ ସଭାପତି ଶ୍ରୀ ସୁଧାଂଶୁ ଶେଖର ନାଏକ, ପୁରୀ ପୌରପାଳିକା ଅଧକ୍ଷ ଶ୍ରୀ ଅନିଲ କୁମାର ସେନାପତି, ପୁରୀ ପୌରପାଳିକା ଜୋନ ନଂ 3 ର ସଭାପତି ଶ୍ରୀମତୀ ଜୟନ୍ତୀ ଜେନା, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀମତୀ ପାର୍ବତୀ ପ୍ରଧାନ ଯୋଗ ଦେଇ ଆଗାମୀ ଦିନ ରେ କିପରି ଦଳର ସଙ୍ଘଠନ କୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେବା ସହିତ ସମସ୍ତ ଜୋନ, ପଞ୍ଚାୟତ, ଓ ଘର ଘର ବୁଲି ସାଧାରଣ ଜନତା ଙ୍କର ସମସ୍ୟା ର ସମାଧାନ କରିବା ସହିତ ଅରବିନ୍ଦ କେଜି୍ରୱାଲ ଙ୍କର 5ଟି ମୌଳିକ ଅଧିକାର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଓ ରୋଜଗାର କୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନଦିଆଯାଇଛି | 2024 ନିର୍ବାଚନ ରେ ଦଳ ବିଧାୟକ ପାର୍ଥି ଦେବା ସହିତ ବ୍ରହ୍ମଗିରି ମାଟି ରୁ ବିଜୟୀ ହୋଇ ଓଡିଶା ରାଜନୀତି ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶ୍ରୀ ବାରିକ ନିଜର ବିବୃତିରେ କହିଛନ୍ତି |
Related Stories
November 25, 2024