
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋମବାର ଦିନ ବରଗଡ଼ ଜିଲ୍ଲା ଘେଁସ ଠାରେ ବିଶିଷ୍ଟ ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସହ ସାକ୍ଷାତ୍ ହୋଇଛି । । ଏହି ଅବସରରେ ଶ୍ରୀ ନାଗ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ କେନ୍ଦ୍ର ମନ୍ତ୍ରୀଙ୍କୁ ଦେଇଥିଲେ । ଏଥିପାଇଁ ଶ୍ରୀ ପ୍ରଧାନ ଶ୍ରୀ ନାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।