
ରାଉରକେଲା,ରାଉରକେଲା ପୁଲିସ ଜିଲ୍ଲା ଉଦିତନଗର ଥାନା ଅଂଚଳରେ ରିଂ ରୋଡର ଜନଗହଳି ରାସ୍ତାରେ ଜଣେ ମଦବ୍ୟବସାୟୀଙ୍କ କର୍ମଚାରୀ ଦେହରେ ଛୁରୀ କଇଁଚି ମୁଣ୍ଡରେ ବନ୍ଧୁକ ଲଗାଇ ଆଜି ସକାଳେ, ଦୁଇଜଣ ଦୁର୍ବୁତ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
ଖବରରୁ ଜଣାପଡିଛି ଯେ, କୋଏଲନଗର ଅଂଚଳରେ ରହୁଥିବା ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳ ସବୁଦିନ ଭଳି ଆଜି ସକାଳେ ମାଲିକଙ୍କ ଘରୁ ପ୍ରାୟ ୧୫ଲକ୍ଷ ଟଙ୍କା ଧରି ତାଙ୍କର ଉଦିତନଗର ଅଫିସକୁ ୮.୩୦ ସମୟରେ ରିଂ ରୋଡରେ ଆସୁଥିଲେ । ଏତିକି ବେଳେ ଆରଏମସି ଅଫିସ ପୁର୍ବରୁ ତାଙ୍କୁ ୨ଜଣ ଦୁର୍ବୁତ ଅଟକାଇ ବନ୍ଧୁକ ଛୁରୀ କଇଁଚି ଲଗାଇ ତାଙ୍କ ପାଖରେ ଥିବା ଟଙ୍କା ଭରା ବ୍ୟାଗକୁ ଲୁଟି ନେଇଥିଲେ । ଯୁବକ ଜଣକ ଏନେଇ ଥାନାରେ ଜଣାଇବାରୁ ଉଦିତନଗର ପୁଲିସି ମାମଲାର ଯାଂଚଲାଗି ସଂପୃକ୍ତ ଯୁବକକୁ ପଚରା ଉଚରା ଆରମ୍ଭ କରିଛି । ସହରରେ ଚୋରା ବନ୍ଧୁକ କାରବାର ବଢିବା ସହ ଗତକାଲି ଏକ ହତ୍ୟାକଣ୍ଡ ସାଙ୍ଗକୁ ପୁଲିସି ଉପରକୁ ଗୁଳିଚାଳନା ହୋଇଥିଲା । ଆଜି ପୁଣି ଜନଗହଳି ରାସ୍ତାରେ ଅଟକାଇ ଟଙ୍କା ଲୁଟ ଭଳି ଘଟଣା ଘଟିଲା । ସହରରେ ପୁଲିସି ପେଟ୍ରୋଲିଂ ଗାଡି ଗୁଡିକ ବୁଲିବା ସତ୍ୱେ ବିଚ ରାସ୍ତାରେ ଥାନାରୁ ଅଳ୍ପ ଦୁରରେ ଏଭଳି ଲୁଟ ନିଶ୍ଚୟ ପୁଲିସି ଲାଗି ଚାଲେଂଜର କାରଣ ବୋଲି କୁହାଯାଉଛି ।