
କନ୍ଧମାଳ ,କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସ୍ଥାନୀୟ ସନ୍ତୋଷୀ ଆଶ୍ରମ ଜି ମହାବିଦ୍ୟାଳୟ କୋଟଗଡ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ନେହରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଓ ଶିଶୁ ଦିବସ ପାଳିତ ହୋଇ ଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷୀ ଆଶ୍ରମ ଜି ମହା ବିଦ୍ୟାଳୟ ର ଅଧକ୍ଷ ନେତ୍ରଭାନୁ ପାଇକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ କଲେଜ ର ଅଧ୍ଯାପକ ପ୍ରକାଶ କୁମାର ପାଣିଗ୍ରାହୀ, ଶୈଳ ଵାଲା ନାୟକ, ବିକ୍ରମ କୁମାର ସାହୁ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସ୍ୱେଚ୍ଛାସେବୀ ସୂର୍ଯ୍ୟକାନ୍ତ କାରଜି ମାଝୀ, ଅଜିତ ମଝିଆ ସେଠ, ରୀତିମା ବାଘ, ମେଘା ରାଣୀ ମହାପାତ୍ର, ପ୍ରମୁଖ ଯୋଗ ଦେ ଇ ଥିଲେ । ଅନୁଠିତ କାର୍ଯ୍ୟକ୍ରମ ରେ କଲେଜ ର ଛାତ୍ର ଛାତ୍ରୀ, ଯୁବକ ସଙ୍ଘ ର ସଭ୍ୟ ସଭ୍ୟା ଏବଂ ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେ ଇ ଥିଲେ ଛାତ୍ର ଛାତ୍ରୀ ମାନଙ୍କ ର ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଶୁଭେନ୍ଦ୍ର ସୁନା ମାଝୀ ପ୍ରଥମ,ମିତା ନାୟକ ଦ୍ୱିତୀୟ ଏବଂ ରୋହିତ ମାନସେଠ ତୃତୀୟ ହୋଇ ଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବ ଗତ କରିଥିଲେ । ବୈଠକରେ ରନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସ୍ୱେଚ୍ଛା ସେବୀ ସୂର୍ଯ୍ୟକାନ୍ତ କାର୍ଜି ମାଝୀ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ଅଜିତ ମଝିଆସେଠ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।